ଓରାଳି ଛକ ଯାତ୍ରୀ ବିଶ୍ରାମାଗାର ସିଲ୍‌

ହାଟଡିହି: ଆନନ୍ଦପୁର-ଭଦ୍ରକ ରାସ୍ତାର ଓରାଳି ଛକରେ ଓରାଳି ପଞ୍ଚାୟତ ପକ୍ଷରୁ ନିର୍ମାଣ କରାଯାଇଥିବା ଯାତ୍ରୀ ବିଶ୍ରାମାଗାରକୁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି। ଆଜି ଅପରାହ୍‌ଣରେ ବନ୍ତ ତହସିଲଦାର ଓ ବନ୍ତ ଥାନା ପୁଲିସ ଉପସ୍ଥିତିରେ ବିଶ୍ରାମାଗାରରେ ତାଲା ପକାଯାଇଛି।

ଏହି ବିଶ୍ରାମାଗାର ଓ ନାମଫଳକକୁ ନେଇ ଏପ୍ରିଲ ମାସରେ ଓରାଳି ଓ ଆପଣ୍ଡା ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ ଓ ପୋଡ଼ାଜଳା ହୋଇଥିଲା। ବହୁଦିନ ପର୍ଯ୍ୟନ୍ତ ଏହି ଛକରେ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିଲା।

ସମ୍ବନ୍ଧିତ ଖବର