ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣା: ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଦାୟୀ କଲେ ପିସିସି ସଭାପତି

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣା ନେଇ ପୁରୀ ଶଙ୍କରାଚାର୍ଯ୍ୟଙ୍କ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପୁରୀ ଶଙ୍କରାଚାର୍ଯ୍ୟଙ୍କ କହିବାନୁସାରେ, କେଉଁ ପରିସ୍ଥିତିରେ ଚାବି ହଜିଲା, ତାର ଅନୁଧ୍ୟାନ କରାଯାଉ। ସେହିପରି ରବିବାର ରତ୍ନ ଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ମହାପ୍ରଭୁଙ୍କ ରତ୍ନ ଭଣ୍ଡାରର ରତ୍ନ ଆକଳନକୁ ନେଇ ଲାଗିଥିବା ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଶ୍ରୀ ଜଗନ୍ନାଥ ମନ୍ଦିର ଆଇନ ଅନୁସାରେ ଶ୍ରୀମନ୍ଦିର ପ୍ରଶାସନ ରତ୍ନ ଭଣ୍ଡାରର ରତ୍ନ ଆକଳନ କରିବ।

ନିୟମ ମୁତାବକ, ପ୍ରତି ତିନି ବର୍ଷରେ ଥରେ ରତ୍ନ ଭଣ୍ଡାର ଆକଳନ ପାଇଁ ରହିଥିବା ଆଇନ କାର୍ଯ୍ୟକାରୀ ହେବ। ଗତ ଏପ୍ରିଲ ୪ ତାରିଖରେ ଭୁବନେଶ୍ୱରରେ ଅନୁଷ୍ଠିତ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ତେବେ ରତ୍ନ ଭଣ୍ଡାର ଚାବି କିନ୍ତୁ ଏ ଯାଏ ମିଳିନି। ଚାବି ଅଛି କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇପାରିନାହିଁ। ଚାବି ନ ଥିଲେ ରତ୍ନ ଭଣ୍ଡାରରେ ପଡିଥିବା ତାଲାକୁ ଭାଂଗିବାକୁ ମନ୍ଦିର ପରିଚାଳନା କମିଟି ଅନୁମତି ଦେବାକୁ ବୈଠକରେ ନିବେଦନ କରାଯାଇଛି।

ଗତ ଏପ୍ରିଲ ୪ ତାରିଖ ଦିନ ରତ୍ନ ଭଣ୍ଡାର ଖୋଲିବା ଦିନ ଚାବି ନମିଳିବାରୁ ରତ୍ନ ଭଣ୍ଡାର ଖୋଲାଯାଇ ନଥିବା କଥା ବୈଠକରେ ବିବରଣୀରେ ସ୍ପଷ୍ଟ କରାଯାଇଛି। ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଚାବି ନମିଳିବା ଘଟଣାକୁ ଗଜପତି ମହାରାଜ ମୁହଁ ମୋଡିଛନ୍ତି। ତେବେ ଚାବି ହଜିବା ପ୍ରସଙ୍ଗକୁ ଗଜପତି ମହାରାଜ ଦିବ୍ୟସିଂହ ଦେବ ବିଶ୍ୱାସକୁ ନେଇ ନଥିବା ମଧ୍ୟ ବିବରଣୀରେ ଉଲ୍ଲେଖ ହୋଇଛି।

ସମ୍ବନ୍ଧିତ ଖବର