ଧାମନଗରରେ ନିର୍ବାଚନୀ ହିଂସା : ବିଜେପି କହିଲା ରାଜନୀତିକରଣ କରୁଛି ବିଜେଡି

ଭଦ୍ରକ/ଧାମନଗର : ରାଜନୈତିକ ଆକ୍ରୋଶରୁ ଗତକାଲି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦଳାଙ୍ଗ ପଞ୍ଚାୟତର ଜାହାଙ୍ଗୀର ଗ୍ରାମର ବିଜେଡିର ଜଣେ କର୍ମୀଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ନେଇ ଧାମନଗର ଥାନାରେ ଅଭିଯୋଗ ହୋଇଛି। ରାଜନୖତିକ ଆକ୍ରୋଶ ଓ ହତ୍ୟାକାଣ୍ଡ ପଛରେ ବିଜେପି ନେତାଙ୍କର ହାତ ଥିବା ନେଇ ଧାମନଗରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତା ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଅଭିଯୋଗ ଅଭିଯୋଗ ଉଠାଇଛନ୍ତି। ଏଇ ଘଟଣାରେ ବିଜେପିର ବରିଷ୍ଠ ନେତା ମନମୋହନ ସାମଲଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଶ୍ରୀ ରାୟ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି କରିଛନ୍ତି । ତେବେ ଏହି ଘଟଣାକୁ ନେଇ ବିଜେଡି ରାଜନୀତି କରୁଛି ବୋଲି ବିଜେପି କହିଛି ।

ଜାହାଙ୍ଗୀରରେ ଯୁବକଙ୍କ ମୃତ୍ୟୁ ଘଟଣାରୁ ହତ୍ୟାକାଣ୍ଡର ରୂପ ଦିଆଯିବା କେବଳ ବିଜେଡିର ରାଜନୀତିକରଣ ବୋଲି ବିଜେପିର ବରିଷ୍ଠ ନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀ ଆଜି ଭଦ୍ରକ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଯୁବକଙ୍କ ମୃତ୍ୟୁର ସତ୍ୟାସତ୍ୟ ଅନୁସନ୍ଧାନ କରୁ ପୁଲିସ ବୋଲି ବିଷ୍ଣୁ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଧାମନଗରରେ ବିଜେପି କ୍ଷମତା ରେ ରହିଥିବା ବେଳେ ବିଜେଡି ଏଠାରେ କ୍ଷମତା ଦଖଲ କରିବା ପାଇଁ ଔଷ ଧ ବିକଳରେ ତାଟିଆ କାମୁଡିଲା ଭଳି ହେଉଛି। ମୃତ୍ୟୁ ଘଟଣାକୁ ବିଜେଡି ହତ୍ୟାକାଣ୍ଡର ରୂପ ଦେଉଛି। ସତ୍ୟ ସବୁ ବେଳ ସତ୍ୟ । ସତ୍ୟ ପଦାକୁ ଆସୁ । କେବଳ ଧାମନଗର ଘଟଣା ନୁହେଁ, ରାଜ୍ୟରେ କର୍ତ୍ତବ୍ୟରତ ଗଣମାଧ୍ୟମ ଉପରେ ଭେଯଳି ଭାବେ ରାଜନୈତିକ ଆକ୍ରେଶ ରଖାଯାଇ ଆକ୍ରମଣ କରଯାଇଛି। ତାହାକୁ ଶ୍ରୀ ସେଠୀ ନିନ୍ଦା କରିବା ସହ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ ଅଣଶଯାଉ ବୋଲି ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି। ଏଇ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଜେପିର ରାଜ୍ୟ ଓବିସି ସେଲର ସଂଯୋଜକ ରଘୁନାଥ ପାତ୍ର ଯୋଗଦେଇ ବିଜେଡିର ଏଭଳି ହୀନ ରାଜନୀତିକୁ ତୀବ୍ର ନିନ୍ଦା କରିଛନ୍ତି ।

ଘଟଣାରୁ ପ୍ରକାଶ ଯେ, ଗତକାଲି ରାତି ୯ଟା ବେଳେ ଜାହାଙ୍ଗୀର ଗ୍ରାମର ପ୍ରତାପ ଚନ୍ଦ୍ର ରାଉତ ନିଜ ଘରକୁ ଫେରୁଥିବା ବେଳେ ତାଙ୍କୁ ରାଜନୈତିକ ଆକ୍ରେଶ ରଖାଯାଇ ପିଟି ପିଟି ହଙ୍ୟା କରାରଯାଇଥିବା ନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ। ଏଇ ଅଭିଯୋଗମୂଳେ ଥାନା କେସ୍ ନମ୍ବର ୭୭/୨୨ରେ ଏକ ହତ୍ୟା ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି। ପୁଲିସ ମୃତ ପ୍ରତାପର ଶବ ବ୍ୟେବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବାବେଳେ ଯେଉଁମାନେ ଏଇ ଘଟଣାରେ ସଂପୃକ୍ତ ରହିଛନ୍ତି, ସେମାନଙ୍କ ବିରୁଦ୍ଧରେ କାର୍ୟ୍ୟନୁଷ୍ଠାନ ନିଆଯିବ ବୋଲି ପୁଲିସ କହିଛି। ତେବେ ଏଇ ଘଟଣାକୁ ନେି ଜାହାଙ୍ଗୀର ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିବା ବେଳେ ଧାମନଗର ନିର୍ବାଚନ ମଣ୍ଡଳୀର ରାଜନୀତି ଅଧିକ ଜଟିଳ ହୋଇଛି ।

ସମ୍ବନ୍ଧିତ ଖବର