ମା’ ମଝି ଘରିଆଣୀ ମନ୍ଦିର ହୁଣ୍ଡି ଖୋଲାଗଲା:ପୁଣି ମିଳିଲା ୫ ଲକ୍ଷର ଅଚଳ ନୋଟ୍‌

ରାୟଗଡ଼ା: ରାୟଗଡ଼ାର ମା’ ମଝି ଘରିଆଣୀ ମନ୍ଦିର ହୁଣ୍ଡିରୁ ଆଜି ପୁଣି ୫ ଲକ୍ଷ ୭ ହଜାର ଟଙ୍କା ଅଚଳ ନୋଟ ମିଳିିଛି। ଗତଥର ହୁଣ୍ଡିରୁ ପୁରୁଣା ଅଚଳ ନୋଟ ୧୧ ଲକ୍ଷ ଟଙ୍କା ବାହାରିଥିଲା। ଆଜି ମଝି ଘରିଆଣୀ ମନ୍ଦିର ଟ୍ରଷ୍ଟି ଓ ଦେବତ୍ତର ବିଭାଗ ଆନୁକୂଲ୍ୟରେ ହୁଣ୍ଡି ଖୋଲାଯାଇ ଗଣତି କରାଯାଇଥିଲା। ଏଥିରୁ ମୋଟ ୪୨ ଲକ୍ଷ ୪୦ ହଜାର ୩୩୨ ଟଙ୍କା ଆଦାୟ ହୋଇଥିଲା। ତେବେ ସେ ମଧ୍ୟରେ ୫ ଲକ୍ଷ ୭ ହଜାର ଟଙ୍କା ପୁରୁଣା ଅଚଳ ନୋଟ ଥିବା ଟ୍ରଷ୍ଟି ମୁଖ୍ୟ ରାଇସିଂ ବିଡ଼ିକା ସୂଚନା ଦେଇଛନ୍ତି।

ଏହା ବ୍ୟତୀତ ୩୩ ଗ୍ରାମ ସୁନା ଏବଂ ଏକ କିଲୋ ୭୨୪ ଗ୍ରାମ ରୁପା ଅଳଙ୍କାର ବାହାରିଥିବା ଜଣାପଡ଼ିଛି। ଏହି ଗଣତିରେ ସତ୍ୟସାଇ ସେବା ସମିତି ,ଭେଙ୍କଟେଶ୍ୱର ସେବା ସଂଘ, ଜେମ୍‌ସ କୋଚିଂ କେନ୍ଦ୍ରର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ। ଆଦାୟ ଟଙ୍କାକୁ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ଜମା କରାଯାଇଥିବା ମନ୍ଦିର ଟ୍ରଷ୍ଟି ପକ୍ଷରୁ କୁହାଯାଇଛି। ଗଣତି ସମୟରେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

ସମ୍ବନ୍ଧିତ ଖବର