ଅବକାରୀ ଚଢାଉ, ୫ ଗିରଫ

ରାୟଗଡ଼ା: ଅବକାରୀ ବିଭାଗ ପକ୍ଷରୁ ଶେଷଖାଲ ଥାନା ଅଞ୍ଚଳରେ ବେଆଇନ ମଦ କାରବାର ସୂଚନା ପାଇବା ପରେ ବିଭିନ୍ନ ସ୍ଥାନରେ ଚଢାଉ କରି ବହୁ ପରିମାଣରେ ବିଦେଶୀ ଏବଂ ଦେଶୀ ମଦ ଜବତ କରି ୫ ଜଣଙ୍କୁ ଗିରଫ କରିଛନ୍ତି। ମିଳିଥିବା ତଥ୍ୟ ଅନୁଯାୟୀ ରାୟଗଡ଼ା ବ୍ଲକର ଜେମାଦେଇପେଣ୍ଠ, ଟାକୁପାଡ଼ୁ, ଡ଼େକାପାଡ଼ୁ ଅଞ୍ଚଳରେ ବେଆଇନ ଭାବେ ଦେଶୀ ଓ ବିଦେଶୀ ମଦ ବିକ୍ରି କରୁଥିବା ୫ ଜଣ ଆସାମିଙ୍କୁ ଅବକାରୀ କର୍ମଚାରୀମାନେ ଗିରଫ କରିଛନ୍ତି। ସେମାନଙ୍କ ଠାରୁ ମୋଟ ୧୧ ଲିଟର ୨୨୦ ଏମଏଲ ବିଦେଶୀ ମଦ, ବିଅର ୧୧ ଲିଟର ୮୫୦ ଏମଏଲ ଏବଂ ଦେଶୀ ମଦ ୨୫ ଲିଟର ଜବତ କରିଥିବା ନେଇ ସୂଚନା ମିଳିଛି। ଜିଲ୍ଲା ଅବକାରୀ ଅଧୀକ୍ଷକ ଦଣ୍ଡପାଣି ବେହେରାଙ୍କ ତତ୍ତ୍ୱାବୋଧାନରେ ଇନସପେକ୍ଟର ଅରୁଣ କୁମାର ପାଢୀ, ସବ ଇନ୍‌ସପେକ୍ଟର ବିଶ୍ୱନାଥ ବୁଡ଼େକ, ଉତ୍ତମ କୁମାର ବେହେରା ଏବଂ ଏଏସଆଇ ତିରୁପତି ପଟନାୟକ ପ୍ରମୁଖ ଚଢାଉରେ ଅଂଶ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର