ଡାବୁଗାଁ ବନ ବିଭାଗ ଦ୍ବାରା ୭ ଫୁଟର ଅଜଗର ଉଦ୍ଧାର 

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବନାଞ୍ଚଳ କୁସୁମବନ୍ଧ ଗ୍ରାମ ନିକଟରେ ଏକ ସାଢେ଼ ୭ ଫୁଟ ଲମ୍ବର ବିରାଟ ଅଜଗର ସାପକୁ ଆଜି ଡାବୁଗାଁ ବନ ବିଭାଗ ତରଫରୁ ଉଦ୍ଧାର କରାଯାଇଛି। ତେବେ ଉଦ୍ଧାର ପରେ ଅଜଗର ସାପର ପ୍ରାଥମିକ ଚିକିତ୍ସା କରାଯାଇ ପୁଣି ଜଙ୍ଗଲରେ ଛାଡ଼ି ଦିଆ ଯାଇଛି। ସୂଚନା ଅନୁଯାୟୀ, ଗତ ଏକ ସପ୍ତାହ ଧରି ଡାବୁଗାଁ ବ୍ଲକରେ ଲଗାଣ ବର୍ଷା ଲାଗି ରହିଥିବା ବେଳେ ଡାବୁଗାଁ ବନାଞ୍ଚଳ ଅନ୍ତର୍ଗତ କୁସୁମ ବନ୍ଧ ଗ୍ରାମ ନିକଟ ଏକ ଜମିରେ ନିକଟ ଜଙ୍ଗଲରୁ ଏକ ସାଢେ଼ ୭ ଫୁଟ ଲମ୍ବର ବିରାଟ ଅଜଗର ସାପ ଦେଖା ଦେଇଥିଲା।

ଗ୍ରାମବାସୀ ଏହା ଦେଖି ଡାବୁଗାଁ ବନ ବିଭାଗକୁ ଖବର ଦେବା ପରେ ବନାଞ୍ଚଳ ଅଧିକାରୀ ସେତୁ ରଞ୍ଜନି ଗମାଙ୍ଗଙ୍କ ନିର୍ଦ୍ଦେଶକ୍ରମେ ଡାବୁଗାଁ ଭାରପ୍ରାପ୍ତ ବନପାଳ ପ୍ରକାଶ ସରକାର, ବାଇଗାଁ ବନରକ୍ଷୀ ସରସ୍ଵତୀ ମେହେର ଓ ଝାଲିଆ ଗୁଡ଼ା ବନରକ୍ଷୀ କାର୍ତ୍ତିକ ମାଝୀ ତଥା ଅନ୍ୟ ବନକର୍ମଚାରି ଆଜି ସକାଳେ କୁସୁମ ବନ୍ଦ ପହଞ୍ଚି ଜମି ମଧ୍ୟରୁ ଅଜଗର ସାପକୁ ଉଦ୍ଧାର କରିଥିଲେ। ଡାବୁଗାଁ ଅତିରିକ୍ତ ପ୍ରାଣୀ ଚିକିତ୍ସକ ସାରସ୍ଵତ ସାହୁ ସାପର ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ଥିବା ଜଣା ପଡ଼ିବା ପରେ ପୁନର୍ବାର ଅଜଗର ସାପକୁ ନିକଟ ଜଙ୍ଗଲରେ ବନ କର୍ମଚାରୀ ସାପକୁ ଛାଡି ଦେଇଥିଲେ।

ସମ୍ବନ୍ଧିତ ଖବର