ବୁଲା ଷଣ୍ଢ ଆକ୍ରମଣରେ ସିଆରପିଏଫ୍‌ ଯବାନ ମୃତ

ରାଉରକେଲା: ପୁରୀ ଭଳି ଷ୍ଟିଲ ସିଟିରେ ମଧ୍ୟ ବୁଲା ଷଣ୍ଢଙ୍କର ଦୌରାତ୍ମ ବଢ଼ିବାରେ ଲାଗିଛି। ପୁରୀ ଟାଉନ ଥାନା ଅନ୍ତର୍ଗତ କାଳିକାଦେବୀ ସାହିର ଗଚ୍ଛକାଳୀ ଲେନ୍‌ରେ ଗତ ନଭେମ୍ବର ୧୨ ଅପରାହ୍ଣରେ ବୁଲା ଷଣ୍ଢ ଆକ୍ରମଣରେ ଜଣେ ଅନ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ବୁଧବାର ରାଉରକେଲାର ବିଶ୍ରା ଛକରେ ଜଣେ ସିଆରପିଏଫ୍‌ ଯବାନଙ୍କ ଜୀବନ ଯାଇଛି।

ମିଳିଥିବା ସୂଚନା ଅନୁସାରେ ବିଶ୍ରା ଥାନା ଅନ୍ତର୍ଗତ ବନ୍ଧମୁଡ଼ା ନିବାସୀ ତଥା ସିଆରପିଏଫ ଯବାନ ଦେବ କୁମାର (୫୧) ଅପରାହ୍ଣ ୩ଟା ୪୫ରେ ଡ୍ୟୁଟି ପାଇଁ ନିଜ ଘରୁ ରାଉରକେଲା ଆସୁଥିଲେ। ବିଶ୍ରା ଛକରେ ପହଞ୍ଚିବା ପରେ ସେଠାର ଥିବା ଏକ ବୁଲା ଷଣ୍ଢ ହଠାତ୍‌ ଆକ୍ରମଣ କରିଥିଲା। ଷଣ୍ଢଟି ତା’ର ମୁନିଆ ସିଙ୍ଗରେ ଟେକି କଚାଡ଼ି ଦେଇଥିଲା।

ଦେବ କୁମାରକୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି ପାଇଁ ନିଆଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର