ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପଛ ପଡ଼ିଆରୁ ଯୁଵକଙ୍କ ମୃତଦେହ ଉଦ୍ଧାର

ସୁନ୍ଦରଗଡ଼: ଆଜି ସକାଳୁ ଟାଉନ ଥାନା ପୁଲିସ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପଛ ପଡ଼ିଆରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ ଶଙ୍କରାର ରାଜୁ କୁମୁରା (୩୫)। ପୁଲିସର କହିବା ଅନୁସାରେ, ରାଜୁ ଶଙ୍କରାରେ ରହି ସହରରେ ଶ୍ରମିକ ଭାବେ କାମ କରୁଥିଲେ। ଶୁକ୍ରଵାର ଡାକ୍ତରଖାନାକୁ ଯାଇ .ସେ କୋଭିଡ୍ ପରୀକ୍ଷା ପାଇଁ ନମୁନା ଦେଇଥିଲେ। ତାଙ୍କ ସାର୍ଟ ପକେଟରୁ ଉଦ୍ଧାର ଡାକ୍ତରୀ ଚିଠିରୁ ଏହା ପୁଲିସ ଜାଣିବାକୁ ପାଇଛି।

ଆଜି ସକାଳ ୧୦ଟାରେ ଡାକ୍ତରଖାନା ପଛ ପାଖ ପଡ଼ିଆରେ ସେ ମରି ପଡ଼ିଥିବା ଦେଖିଵାକୁ ମିଳିଥିଲା। ପୁଲିସ ଶଵକୁ ଉଦ୍ଧାର କରି ଶଵଗୃହରେ ରଖି ପରିବାର ଲୋକଙ୍କୁ ଖୋଜୁଛି।

ସମ୍ବନ୍ଧିତ ଖବର