ତ୍ରିଦିନାତ୍ମକ ମାଁ ଜଗତଜନନୀ ମନ୍ଦିର ପାର୍ଶ୍ବ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ

ଜୟପୁର: ସହରର ଅଧିଷ୍ଠାତ୍ରୀ ଦେବୀ ମାଁ ଜଗତଜନନୀ ମନ୍ଦିରର ପାର୍ଶ୍ବ ବିଗ୍ରହ ଏବଂ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ ଆରମ୍ଭ ହୋଇଛି। ଆଜି ସ୍ଥାନୀୟ ଜଗନ୍ନାଥସାଗର କୂଳରେ ପାରମ୍ପରିକ ପୂଜା ଅର୍ଚ୍ଚନା ପରେ ଶତାଧିକ ଶ୍ରଦ୍ଧାଳୁ ମହିଳା ମାନେ ସାଗରରୁ ପାଣି ଧରି କଳସଯାତ୍ରା କରିଥିଲେ। ସାଗରରୁ ବାହାରି ରାଜନଅର ଦେଇ ମୁଖ୍ୟରାସ୍ତା ଦେଇ ମନ୍ଦିରରେ ପହଚିଂଥିଲେ। ଗତ କାଲି ଅଧିବାସ ଅନୁଷ୍ଠିତ ହୋଇଥିଲା। ଆଜି ଜଳଯାତ୍ରା , ସୂର୍ଯ୍ୟପୂଜା, ‌ଗୋ ପୂଜା, ଶାଲା ସଂସ୍କାର ପ୍ରବେଶ ,ରୁତ୍ତ୍ବିକାଦି ବରଣ, ପୂଜାଦିକର୍ମ,କୁଣ୍ଡ ସଂସ୍କାର, ଅଗ୍ନିସ୍ଥାପନ ଓ ହୋମଯଞ ଆରମ୍ଭ କରାଯାଇଥିଲା।

ରବିବାର ପ୍ରତିଷ୍ଠା କରାଯିବାକୁ ଥିବା ବିଗ୍ରହ ଗୁଡିକର ନଗର ପରିକ୍ରମା ସହ ମହାସ୍ନାନ, ନେତ୍ରୋମିଳନ, ଦେବତା ଅଧିବାସ,ରଥା‌ରୋହଣ ସହ ହୋମ, ଦେବତାଶୟନ, ନ୍ୟାସ, ପ୍ରାଣପ୍ରତିଷ୍ଠା ରହିଛି। ଆସନ୍ତା ୨୯ତାରିଖ ତାରିଖ ଦିନ ଦେବତା ପ୍ରବେଶ ଏବଂ ସ୍ଥାପନ ଏବଂ ସଂଧ୍ୟାରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର