ପାଣିରେ ବୁଡ଼ି ତିନି ବର୍ଷର ଶିଶୁକନ୍ୟା ମୃତ

ରାଇରଙ୍ଗପୁର: ପିଲାଙ୍କ ମେଳରେ ଖେଳିବାକୁ ଯାଇଥିଲେ ତିନି ବର୍ଷର ଝିଅ ପ୍ରିୟା। ଆଉ ଘରକୁ ଫେରି ନଥିଲେ। ପିଲାଙ୍କ ଗହଣରେ ଖେଳୁ ଖେଳୁ ପାଦ ଖସି ଯାଇ ପୋଖରୀରେ ବୁଡ଼ି ଯାଇଥିଲେ। ସାଥୀ ପିଲାମାନେ ଗାଁ ଲୋକଙ୍କୁ କହିବା ବେଳକୁ ପ୍ରିୟାର ମୃତ୍ୟୁ ଘଟି ସାରିଥିଲା। ଶୁକୃଳି ବ୍ଲକ ପାଣ୍ଡରଶିଳ ଗ୍ରାମର ଜାମାଦାର ଗାଗରାଇଙ୍କ ଘରେ କାନ୍ଦ ବୋବାଳି ପଡ଼ିଥିଲା। ଉଭୟ ବାପା ମାଆ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଟ୍ରାକ୍ଟରରେ କାମ କରିବାକୁ ଯାଇଥିଲେ। ଏହି ଭିତରେ ତିନି ବର୍ଷର ଝିଅ ପ୍ରିୟା ଖେଳିବା ପାଇଁ ଯାଇଥିବା ବେଳେ ପୋଖରୀରେ ପାଦ ଖସି ଯାଇଥିଲା। ଗାଁ ଲୋକେ ପ୍ରିୟାଙ୍କୁ ପାଣି ଭିତରୁ ଉଦ୍ଧାର କରିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଶୁକୃଳି ସରପଞ୍ଚ ଶମ୍ଭୁନାଥ ନାଏକ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛନ୍ତି।

ସମ୍ବନ୍ଧିତ ଖବର