ନୂଆପଡ଼ା: ପୋଖରୀରେ ବୁଡି ଗର୍ଭବତୀ ମହିଳା ମୃତ୍ୟୁ

ଖଡ଼ିଆଳ: ନୂଆପଡା ଜିଲା ଖଡ଼ିଆଳ ବ୍ଲକ ତୁକୁଳାଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୋଖରୀକୁ ଗାଧେଇବା ପାଇଁ ଯାଇଥିବା ବେଳେ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ଜଣକ ହେଲେ ଗୋମତୀ ଗହୀର (୩୦)।

ସୂଚନା ଅନୁସାରେ ତୁକଲା ଗ୍ରାମର ମାଉସୀ ମନ୍ଦିରପଡ଼ାର ମାଧବ ଗହୀରଙ୍କ ପତ୍ନୀ ଗୋମତୀ ଗହୀର, ଆଜି ସକାଳେ କୁମାରମୁଡା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ତାଙ୍କର ଗୋଡ଼ ଖସି ଯାଇଥିଲା। ଫଳରେ ସେ ପାଣି ଭିତରକୁ ପଶି ଯାଇଥିଲେ ଓ ବାହାରକୁ ଆସି ପାରି ନ ଥିଲେ। ସେ ମହିଳା ଜଣକ ୫ ମାସର ଗର୍ଭବତୀ ଥିବା ଜଣାପଡିଛି। ତୁକଲା ପୁଲିସ ଘଟଣାସ୍ଥଳକୁ ଯାଇ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରି ଖଡ଼ିଆଳ ସ୍ୱାସ୍ଥ୍ୟ କେଦ୍ରକୁ ପଠାଇଛି। ତାଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ପ୍ରକାଶ କରିଛନ୍ତି। ବର୍ତମାନ ମହିଳାଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଏସଆଇ ରେବତୀ ଦୁର୍ଗା ପ୍ରକାଶ କରିଛନ୍ତି। ପରିବାରକୁ ଆବଶ୍ୟକୀୟ ସହଯୋଗ ଦେବାକୁ ତୁକୁଳାବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର