ରାତି ପାହିଲେ ବଡ଼ଦିନ: ସଜେଇ ହୋଇଛି ଚର୍ଚ୍ଚ, ପୁଲିସ କଲା ଫ୍ଲାଗମାର୍ଚ୍ଚ

ଘୁ.ଉଦୟଗିରି: ରାତି ପାହିଲେ ବଡ଼ଦିନ-ଖ୍ରୀଷ୍ଟଧର୍ମାବଲମ୍ବୀଙ୍କର ସବୁଠାରୁ ବଡ଼ ପର୍ବ।  ଏଥି ପାଇଁ  ରାଜ୍ୟର ଚର୍ଚ୍ଚଗୁଡ଼ିକ ସଜେଇ ହୋଇଛି। ବଡ଼ଦିନ ପାଳନ ପାଇଁ ଖ୍ରୀଷ୍ଟିୟ ସମ୍ପ୍ରଦାୟର ଭାଇ-ଭଉଣୀମାନେ ସମସ୍ତ ପ୍ରସ୍ତୁତି ଶେଷ କରିଥିବା ବେଳେ ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆଜି କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ଆଇଆଇସି ଧିରାଜ ଲେଙ୍କା ତିନି ପ୍ଲାଟୁନ ପୁଲିସ ଫୋର୍ସ ସହ ବିଭିନ୍ନ ସ୍ଥାନରେ ଫ୍ଲାଗମାର୍ଚ୍ଚ କରିଥିବା ଦେଖିବାକୁ ମିଳିଛି। ଶାନ୍ତି ଶୃଙ୍ଖଳାର ସହ ବଡ଼ଦିନ କିଭଳି ସମସ୍ତେ ପାଳନ କରିବେ ତାହାକୁ ଆଖିରେ ରଖି ପୁଲିସ  ପ୍ରସ୍ତୁତି କରିଛି।

କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ଅଂଚଳରେ ଥିବା ଛୋଟ ବଡ଼ ୫୫ଟି ଚର୍ଚ୍ଚର ପ୍ରାର୍ଥନା ଗୃହରେ ଧୁମଧାମରେ ମଙ୍ଗଳବାର-ବୁଧବାର ମଧ୍ୟରାତ୍ରରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଉତ୍ସବ ପାଳନ ହେବ।

ଆଜି ମଧ୍ୟରାତ୍ରରୁ ଚର୍ଚ୍ଚମାନଙ୍କରେ ସମୂହ ପ୍ରାର୍ଥନା କାର୍ଯ୍ୟକ୍ରମ ରହିଥିବା ବେଳେ ପ୍ରତ୍ୟେକ ଚର୍ଚ୍ଚରେ ପୁଲିସ ଫୋର୍ସ ମୁତୟନ ହେବେ। ଗତକାଲିଠାରୁ କଳିଙ୍ଗାରେ ପୁଲିସ ନାକା ଲଗେଇ ଗାଡି ମଟର ଯାଞ୍ଚ ଚଳେଇଛି। ବଡ଼ଦିନ ଉତ୍ସବ ପାଇଁ ବାହାର ଜିଲ୍ଲାରୁ ୮ଜଣ ଅଫିସର କନ୍ଧମାଳରେ ପହଞ୍ଚିଛନ୍ତି। ଆଜିଠାରୁ ବଡ଼ ବଡ଼ ଚର୍ଚ୍ଚମାନଙ୍କରେ ଗୋଟିଏ ଲେଖା ସେକ୍ସନ ଫୋର୍ସ ମୁତୟନ ହେଇଛନ୍ତି। ପ୍ରତ୍ୟକ ଚର୍ଚ୍ଚକୁ ପେଟ୍ରୋଲିଂ ଗାଡ଼ି ବୁଲିବ।

ଅନ୍ୟପଟେ ବଡ଼ଦିନ ପର୍ବକୁ ନେଇ ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ଭିତରେ ବେଶ ଉତ୍ସାହ ଲାଗିରହିଛି। ଚର୍ଚ୍ଚମାନଙ୍କରେ ବ୍ୟାପକ ଆୟୋଜନ କରାଯିବା ସହ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମକୁ ନେଇ କାଳକୁଞ୍ଜ ପ୍ରସ୍ତୁତ ହୋଇଛି।

ସମ୍ବନ୍ଧିତ ଖବର