‘ନାଇଟିରେ ତୁମେ କିପରି ଦିଶୁଛ , ତାହା ମୁଁ ଦେଖିବାକୁ ଚାହେଁ’- କହିଥିଲେ ନିର୍ଦ୍ଦେଶକ

ମାହି ଗିଲଙ୍କ ଖୁଲାସା

ମୁମ୍ବାଇ: ବଲିଉଡ ସେଲିବ୍ରିଟିମାନେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଚାଲିଥିବା କାଷ୍ଟିଂ କାଉଚ୍‌ ସଂପର୍କରେ ଲଗାତାର ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି। ଖାସ୍‌ କରି ଜଣାଶୁଣା କୋରିଓଗ୍ରାଫର୍‌ ସରୋଜ ଖାନ୍‌ ଯେତେବେଳେ ଟିପ୍ପଣୀ ଦେଇଥିଲେ ଯେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଯଦି ରେପ୍‌ ବା କାଷ୍ଟିଂ କାଉଚ୍‌ ହୋଇଥାଏ , ତେବେ ରୁଟି ବି ମିଳିଥାଏ।
ଏବେ ବଲିଉଡର ହଟ୍‌ ଆଣ୍ଡ ସେକ୍ସି ହିରୋଇନ୍‌ ମାହି ଗିଲ୍‌ ବି କାଷ୍ଟିଂ କାଉଚ୍‌ ଉପରେ ନିଜର ଅନୁଭୂତିକୁ ସେଆର୍‌ କରିଛନ୍ତି। କେତେକ ଫିଲ୍ମରେ ବୋଲ୍‌ଡ ରୋଲ୍‌ କରିଥିବା ମାହି ଗିଲ୍‌ କହିଛନ୍ତି ଯେ ତାଙ୍କୁ ଅନେକ ଥର କାଷ୍ଠିଂ କାଉଚ୍‌ର ଶିକାର ହେବାକୁ ପଡିଛି।
ଥରେ ତାଙ୍କୁ ନିର୍ଦ୍ଦେଶକ କହିଲେ ଯେ ତୁମେ ସଲଓ୍ଵାର୍‌ ସୁଟ୍‌ ପିନ୍ଧି ଆସିବ, ତେବେ ତମକୁ ଫିଲ୍ମରେ ସୁଯୋଗ ମିଳିବ ନାହିଁ। ଏଣୁ ତୁମକୁ ନାଇଟି ପିନ୍ଧି ଆସିବାକୁ ପଡିବ। ଆଉ ଜଣେ ନିର୍ଦ୍ଦେଶକଙ୍କୁ ସେ ଯେତେବେଳେ ଭେଟିବାକୁ ଯାଇଥିଲେ, ସେତେବେଳେ ନିର୍ଦ୍ଦେଶକ ତାଙ୍କୁ କହିଥିଲେ, ‘ନାଇଟିରେ ତୁମେ କିପରି ଦିଶୁଛ ତାହା ମୁଁ ଦେଖିବାକୁ ଚାହେଁ।’

photo-youtube

ମୁମ୍ବାଇରେ ନୂଆ କରି ଆସିଥିବା ହେତୁ ଏହି ନିର୍ଦ୍ଦେଶକଙ୍କ କଥା ମାନିବାକୁ ରାଜି ହୋଇଥିଲେ ବୋଲି ମାହି ଗିଲ୍‌ କହିଛନ୍ତି। କିନ୍ତୁ ପରେ ମାହି ଗିଲ୍‌ ପରେ କାଷ୍ଟିଂ କାଉଚ୍‌ରୁ ରକ୍ଷା ପାଇବା ଲାଗି ସେ ନାନା ପ୍ରକାରର କୌଶଳ ଅବଲମ୍ବନ କରିଥିଲେ, ସେ ବେଳେ ବେଳେ ନିର୍ଦ୍ଦେଶକଙ୍କୁ ଭେଟିବା ବେଳେ ନିଜର ସାଙ୍ଗକୁ ନେଇ ଯାଉଥିଲେ ବୋଲି କହିଛନ୍ତି ମାହି ଗିଲ୍‌।

ସମ୍ବନ୍ଧିତ ଖବର