#ମି ଠୁ ଅଭିଯୁକ୍ତ ଅନୁ ମଲ୍ଲିକ୍‌ଙ୍କୁ ନେଇ ଆଦିତ୍ୟ ନାରାୟଣଙ୍କ ବୟାନ; ଜଣଙ୍କ ସହ ରହି ମଧ୍ୟ ତାକୁ ସଂପୂର୍ଣ୍ଣ ଜାଣିବା ଅସମ୍ଭବ

ମୁମ୍ବାଇ : ଗତବର୍ଷ #ମି ଠୁ ଅଭିଯାନ ଆରମ୍ଭ ହୋଇଥିବା ବେଳେ ଏହି ଅଭିଯାନରେ ଅନେକ ଦିଗ୍ଗଜ କଳାକାର ଫସିଥିବା ଦେଖାଯାଇଥିଲା । ସେମାନଙ୍କ ମଧ୍ୟରେ ଥିଲେ ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ଅନୁ ମଲ୍ଲିକ୍‌ । ତାଙ୍କ ଉପରେ ଯୌନ ଅସଦାଚରଣର ଅଭିଯୋଗ ଲାଗିବା ପରେ ସେ ଜଜ୍‌ କରୁଥିବା ସୋ’ ଇଣ୍ଡିଆନ୍‌ ଆଇଡଲରୁ ତାଙ୍କୁ ହଟାଇ ଦିଆଯାଇଥିଲା । କିନ୍ତୁ ଏବେ ବର୍ଷକ ପରେ ଅନୁ ମଲ୍ଲିକ୍‌ ପୁଣି ଥରେ ରିୟଲିଟି ସୋ’ କରିବା ଆରମ୍ଭ କରିଛନ୍ତି ।

Image result for aditya-narayan-misconduct-accused-anu-malik-return
DesiMartini

ଏ ନେଇ ସୋ’ର ଉପସ୍ଥାପକ ଆଦିତ୍ୟ ନାରାୟଣଙ୍କୁ ପଚରାଯିବା ପରେ ସେ କହିଛନ୍ତି, ଅନୁଜୀ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ସଙ୍ଗୀତକାର । ତାଙ୍କ ପାଇଁ ମୁଁ ଫିଲ୍ମ ‘ଅକେଲେ ହମ୍‌ ଅକେଲେ ତୁମ୍‌’ରେ ମୋର ପ୍ରଥମ ଗୀତ ଗାଇଥିଲି । ତାଙ୍କ ପାଇଁ ମୋ ମନରେ ସମ୍ମାନ ରହିଛି ସତ । କିନ୍ତୁ ଆମେ ଜଣଙ୍କୁ କେବେ ହେଲେ ଭଲ ଭାବରେ ଜାଣି ପାରିବା ନାହିଁ । ଜଣେ ଆପଣଙ୍କ ସହ ରହିଲେ ମଧ୍ୟ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଆମେ ଜଣଙ୍କୁ ଜାଣିବା ଅସମ୍ଭବ । ଅନୁଜୀ ଏବଂ ତାଙ୍କ ଜୀବନ ଉପରେ କିଛି କହିବାର ଅଧିକାର ମୋ ପାଖରେ ନାହିଁ । ସେ ମୋ ସହ ସବୁ ବେଳେ ଭଲ ବ୍ୟବହାର କରି ଆସିଛନ୍ତି । କିନ୍ତୁ ତାଙ୍କ ବିରୋଧରେ ଜଣେ ମହିଳା ଅଭିଯୋଗ ଆଣିଛନ୍ତି, ଯାହା ବିଷୟରେ ମୋର କିଛି କହିବା ଠିକ୍‌ ହେବ ନାହିଁ ।

ସମ୍ବନ୍ଧିତ ଖବର