ପୁଣି ଆରମ୍ଭ ହେଲା “ଦେଖିବା ନିତି ହେବା ଲକ୍ଷପତି”

ଓଡ଼ିଆ ମନୋରଞ୍ଜନ ଚ୍ୟାନେଲ ଜୀ ସାର୍ଥକ ପୁଣିଥରେ ନେଇଆସିଛି ଆପଣଙ୍କ ପାଇଁ ଲକ୍ଷପତି ହେବାର ସୁବର୍ଣ୍ଣ ସୁଯୋଗ। ପୁଣି ଥରେ ଆରମ୍ଭ ହୋଇଛି ମେଗା ପ୍ରତିଯୋଗିତା “ଦେଖିବା ନିତି ହେବା ଲକ୍ଷପତି”। ଏହି ପ୍ରତିଯୋଗିତା ମାର୍ଚ୍ଚ ୨୨ରୁ ଆରମ୍ଭ ହେବ। ପ୍ରତିଦିନ ସନ୍ଧ୍ୟା ୬.୩୦ରୁ ରାତି ୯:୩୦ ମଧ୍ୟରେ ଜୀ ସାର୍ଥକରେ ପ୍ରସାରିତ ହେଉଥିବା ଧାରାବାହିକ ମଧ୍ୟରେ କିଛି ସରଳ ପ୍ରଶ୍ନର ଉତ୍ତର ମିସକଲ୍ ମାଧ୍ୟମରେ ଦେଇ ଆପଣ ହୋଇପାରିବେ ଲକ୍ଷପତି। ଏହାର ବମ୍ପର ପୁରସ୍କାର ରାଶି ୧ଲକ୍ଷ ଟଙ୍କା ରଖାଯାଇଛି।
ପ୍ରତିଯୋଗିତାରେ ଭାଗ ନେବା ପାଇଁ ଧାରାବାହିକ ଦେଖୁଥିବା ସମୟରେ ଟିଭି ସ୍କ୍ରିନରେ ଦିଆ ଯାଇଥିବା ନମ୍ବରରେ ମିସଡ୍ କଲ କରିବାକୁ ହେବ। ପ୍ରତିଦିନ ସଠିକ୍ ଉତ୍ତର ଦେଇଥିବା ୬ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ୧୦୦୦ ଟଙ୍କାର ଭାଉଚର ମିଳିବ। ତେବେ ପୂରା ପ୍ରତିଯୋଗିତାର ଜଣେ ମେଗା ବିଜେତାଙ୍କୁ ମିଳିବ ୧ ଲକ୍ଷ ଟଙ୍କା ନଗଦ ପୁରସ୍କାର। ଏହି ସୁଯୋଗର ଲାଭ ଉଠାଇବା ପାଇଁ ଜୀ ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ପ୍ରତୀକ ସିଲ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର