ଉର୍ଫିଙ୍କ ନାମରେ ମାମଲା ରୁଜୁ କଲା ମୁମ୍ବାଇ ପୁଲିସ୍‌: ଗତକାଲିର ଗିରଫ ନାଟକ ଧରାପଡ଼ିଲା

ମୁମ୍ବାଇ: ଚର୍ଚ୍ଚାରେ ରହିବା ପାଇଁ କିଛି ବି କରିପାରନ୍ତି ‘ବିଗ୍ ବସ୍’ ଫେମ୍‌ ଉର୍ଫି ଜାଭେଦ। ଏପରିକି ପବ୍ଲିସିଟି ପାଇଁ ସେ ନଜର ଗିରଫ ନାଟକ କରିବାକୁ ବି ପଛାଇ ନାହାନ୍ତି। ଗତକାଲି ତାଙ୍କର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହୋଇଥିଲା। ଭାଇରାଲ୍‌ ଭିଡିଓରେ ସେ ରେଷ୍ଟୁରାଷ୍ଟରେ ଥିବା ବେଳେ ମହିଳା ପୁଲିସ୍‌ କର୍ମୀ ଆସି ତାଙ୍କ ହାତ ଧରି ନେଇ ଯାଉଥିବା ଦୃଶ୍ୟମାନ ହୋଇଥିଲା।

ଭିଡିଓରେ ଉର୍ଫି ଚିଲେଇ ଚିଲେଇ ଥାନା କାହିଁକି ଯିବି ବୋଲି ପଚାରୁଥିବା ବେଳେ ସେ ଥନାକୁ ଗଲେ ହିଁ ସବୁ ଜାଣିପାରି‌ବେ ବୋଲି ପୁଲିସ୍‌ କହୁଥିବାର ଶୁଣିବାକୁ ମିଳିଥିଲା। ହେଲେ ଆଜି ଜଣାପଡୁଛି ଯେ ସେ ସବୁ ନାଟକ ଥିଲା। କାରଣ ମୁମ୍ବାଇ ପୁଲିସ୍‌ ଏକ ଏକ୍ସ ପୋଷ୍ଟ୍‌ କରି ଉର୍ଫି ନିୟମ ଭଙ୍ଗ କରିଥିବା ଅଭିଯୋଗ କରିଛି।

 


ମୁମ୍ବାଇ ପୁଲିସ୍‌ କରିଥିବା ପୋଷ୍ଟରେ ଜଣେ ଶସ୍ତ‌ା ପବ୍ଲିସିଟି ପାଇଁ ନିୟମ ଭାଙ୍ଗିପାରିବ ନାହିଁ ବୋଲି ଲେଖିବା ସହ ଅଭିନେତ୍ରୀ ଉର୍ଫିଙ୍କ ନାମରେ ମାମଲା ରୁଜୁ ହୋଇଥିବା ସୂଚନା ଦେଇଛି। ଏହାଛଡ଼ା ନକଲି ଇନ୍‌ସ୍ପେକ୍ଟରଙ୍କୁ ଗିରଫ କରାଯିବା ସହ ସେ ନେଇ ଯାଇଥିବା ଗାଡ଼ିକୁ ବି ଜବତ କରାଯାଇଥିଲା ସୂଚନା ରହିଛି।

ଉର୍ଫିଙ୍କ ଏହି ଭିଡିଓ ଗତକାଲି ସାମ୍ନାକୁ ଆସିବା ପରେ କେହି କେହି ଏଥିରେ ଚକିତ ହୋଇଥିବା ବେଳେ ଅ‌ାଉ କେହି ଏହାକୁ ଅବିଶ୍ବାସ କରିଥିଲେ। ‘ପବ୍ଲିସିଟି’ ପାଇଁ ଉର୍ଫି ଜାଣି ଜାଣି ଏପରି କରିଛନ୍ତି ବୋଲି କିଛି ଲୋକ ଦାବି କରିଥିଲେ।

ସମ୍ବନ୍ଧିତ ଖବର