ଆଣ୍ଠେଇ ଆଣ୍ଠେଇ ତିରୁପତି ମନ୍ଦିରର ପାହାଚ ଚଢିଲେ ଜାହ୍ନବୀ

ମୁମ୍ବାଇ : ଆଣ୍ଠେଇ ଆଣ୍ଠେଇ ତିରୁପତି ମନ୍ଦିରର ପାହାଚ ଚଢିଲେ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର | ଭାଇରାଲ ହେଲା ଭିଡିଓ | ଅନେକ ସମୟରେ ନିଜ ପରିବାର ଓ ପ୍ରେମିକ ଶିଖର ପହରିୟାଙ୍କ ସହ ତିରୁପତି ମନ୍ଦିର ଦର୍ଶନ ପାଇଁ ଯାଆନ୍ତି ଜାହ୍ନବୀ କପୁର | ଏଥର ନିଜ ଜନ୍ମଦିନ ଅବସରରେ ସେ ତିରୁପତି ମନ୍ଦିରରେ ପହଞ୍ଚିଥିଲେ | ତାଙ୍କ ସହ ଥିଲେ ଶିଖର ଏବଂ ତାଙ୍କ ଭଲ ବନ୍ଧୁ ଓରି |

ଓରି ପୁରା ଯାତ୍ରାର ବ୍ଲଗ କରିଥିବା ବେଳେ ସେଥିରେ ଜାହ୍ନବୀ ଆଣ୍ଠେଇ ଆଣ୍ଠେଇ ତିରୁପତି ମନ୍ଦିରର ପାହାଚ ଚଢ଼ୁଥିବା ଦେଖିବାକୁ ମିଳିଥିଲା | ତେବେ ପୁରା ନୁହେଁ, ମନ୍ଦିରର କିଛି ପାହାଚ ସେ ଆଣ୍ଠେଇ ଆଣ୍ଠେଇ ଚଢିଥିବା ବେଳେ ବାକି ପାହାଚ ଚାଲି ଚାଲି ଯାଇଥିଲେ | ଏଭଳି କରିବା ପଛର କାରଣ ଜଣାଇ ଜାହ୍ନବୀ କହିଛନ୍ତି ଯେ, “ଏହି ପବିତ୍ର ମନ୍ଦିର ସହିତ ମୋର ଆଧ୍ୟାତ୍ମିକ ସମ୍ପର୍କ ରହିଛି ଏବଂ ମୁଁ ପ୍ରାୟ ୫୦ଥର ଏଠାକୁ ଆସି ସାରିଛି | ପ୍ରଭୁ ତିରୁପତି ବାଲାଜୀଙ୍କୁ ମାଗିଥିବା ଜିନିଷ ପୂରଣ ହେଉ ବୋଲି ମୁଁ ଆଣ୍ଠେଇ ଆଣ୍ଠେଇ କିଛି ପାହାଚ ଚଢିଥାଏ |” ତେବେ ଜାହ୍ନବୀଙ୍କ ସହ ଓରି ମଧ୍ୟ ଆଣ୍ଠେଇ ଆଣ୍ଠେଇ ପାହାଚ ଚଢିଥିବା ଭିଡିଓରେ ଦେଖାଯାଇଛି |

ଗତ କିଛି ମାସ ତଳେ ସେ ତାଙ୍କ ଭଉଣୀ ଖୁସି କପୁର ଏବଂ ପିତା ବୋନି କପୁରଙ୍କ ସହ ମଧ୍ୟ ମନ୍ଦିର ପରିଦର୍ଶନ କରିଥିଲେ ।

ସମ୍ବନ୍ଧିତ ଖବର