ପୁଣି ଅକ୍ଷୟ କୁମାରଙ୍କ ସ୍ଥାନ ନେଲେ କାର୍ତ୍ତିକ, ‘ହେରା ଫେରି-୩’ରେ ମାରିଲେ ଏଣ୍ଟ୍ରି

ମୁମ୍ବାଇ: ଖୁବ ଶୀଘ୍ର ଆସିବ ହିନ୍ଦୀ ସିନେମାର ଲୋକପ୍ରିୟ ଫିଲ୍ମ ‘ହେରା ଫେରି-୩’। ଏହି ଚଳଚ୍ଚିତ୍ରର ସୁଟିଂ ୨୦୨୩ ମସିହାରେ ଆରମ୍ଭ ହେବ। ବର୍ତ୍ତମାନ ଫିଲ୍ମର ସ୍କ୍ରିପ୍ଟିଂ ଉପରେ କାମ ଚାଲିଛି। ଏହି ସୂଚନା ସାମ୍ନାକୁ ଆସିବା ପରେ ଏବେ ଏହି ଫିଲ୍ମର ପ୍ରଶଂସକମାନଙ୍କ ଖୁସିର ଠିକଣା ନାହିଁ। ତେବେ ‘ହେରା ଫେରି-୩’ରେ ଏକ ବଡ଼ ପରିବର୍ତ୍ତନ କରାଯିବ ବୋଲି ଜଣାପଡ଼ିଛି। ଏହି ଫିଲ୍ମରେ ବଲିଉଡର ଖିଲାଡି କୁମାର ଅକ୍ଷୟ ନଜର ଆସିବେ ନାହିଁ, ତାଙ୍କ ସ୍ଥାନରେ ଅଭିନେତା କାର୍ତ୍ତିକ ଆରୟନ ନଜର ଆସିବେ ବୋଲି ଜଣାପଡ଼ିଛି।

ପ୍ରଶଂସକଙ୍କ ପଚାରିଥିବା ଏକ ପ୍ରଶ୍ନର ପ୍ରତିକ୍ରିୟାରେ ପରେଶ ରାୱଲ ନିଶ୍ଚିତ କରିଛନ୍ତି ଯେ କାର୍ତ୍ତିକ ଆରୟନ ମଧ୍ୟ ଏହି ଚଳଚ୍ଚିତ୍ରର ଏକ ଅଂଶ ହେବାକୁ ଯାଉଛନ୍ତି। ଏହି ସୂଚନା ସହ ସ୍ପଷ୍ଟ ହୋଇଛି ଯେ, କାର୍ତ୍ତିକ ଆରୟନ ପୁଣି ଥରେ ଅକ୍ଷୟ କୁମାରଙ୍କ ସ୍ଥାନ ନେଇଛନ୍ତି। ଏହାପୂର୍ବରୁ ଅଭିନେତା ଅକ୍ଷୟ କୁମାରଙ୍କୁ ହଟାଯାଇ ‘ଭୁଲ ଭୁଲୈୟା-୨’ ରେ କାର୍ତ୍ତିକ ଆରୟନଙ୍କୁ ସୁଯୋଗ ଦିଆଯାଇଥିଲା।

କୁହାଯାଉଛି ଯେ, ଫିରୋଜ ନାଦିଆଦୱାଲା କାର୍ତ୍ତିକ ଆର୍ଯ୍ୟନଙ୍କୁ ‘ରାଜୁ’ର ଚରିତ୍ର ପାଇଁ ବାଛିଛନ୍ତି। ଏହା ସହ ଚର୍ଚ୍ଚା ହେଉଛି ଯେ, ଫିଲ୍ମର ନାଁ ହେରା ଫେରୀ-୩ ବା ହେରା ଫେରୀ ରବୁଟ ହେବ। କିନ୍ତୁ ଏହାକୁ ନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ସମ୍ବନ୍ଧିତ ଖବର