ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ରାତ୍ରଭୋଜନ କରିବାକୁ ଚାହାନ୍ତି କାଟ୍ରିନା କୈଫ୍‌

ମୁମ୍ବାଇ: ୨୦୧୯ ନିର୍ବାଚନକୁ ବ୍ୟାପକ ବହୁମତରେ ଜିତିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ବହୁଗୁଣିତ ହୋଇଛି। ବଲଉଡ୍‌ ନାୟିକା କ୍ୟାଟ୍ରିନା କୈଫ୍‌ ମଧ୍ୟ ମୋଦୀଙ୍କ ଲୋକପ୍ରିୟତାରେ ପ୍ରଭାବିତ। ଏକ ଘରୋଇ ଚ୍ୟାନେଲକୁ ସାକ୍ଷାତ୍‌କାର ଦେଇ କ୍ୟାଟ୍ରିନା କହିଛନ୍ତି କି ସେ ପ୍ରଧାନମନ୍ତ୍ରୀଙ୍କ ସହ ରାତ୍ରଭୋଜନ କରିବାକୁ ଚାହାନ୍ତି।

ଏହି ସାକ୍ଷାତ୍‌କାରରେ କ୍ୟାଟ୍ରିନାଙ୍କୁ ପ୍ରଶ୍ନ କରାଯାଇଥିଲା କି କେଉଁ ୩ ଜଣ ପ୍ରସିଦ୍ଧ ବ୍ୟକ୍ତିଙ୍କ ସହ ସେ ରାତ୍ରଭୋଜନ କରିବାକୁ ଚାହିଁବେ? ଏହାର ଉତ୍ତରରେ ସେ କହିଥିଲେ ‘ମର୍ଲିନ ମୁନରୋ, ନରେନ୍ଦ୍ର ମୋଦୀ ଏବଂ କୁଣ୍ଡୋଲିନା ରାଇସ’।

ଏହି ସାକ୍ଷାତ୍‌କାରରେ କ୍ୟାଟ୍ରିନାଙ୍କ ସହ ଉପସ୍ଥିତ ଥିବା ସଲମାନ ଖାନ କିନ୍ତୁ ମତ ରଖିଥିଲେ ଯେ ସେ ନିଜ ପରିବାର ସଦସ୍ୟଙ୍କ ସହ ମିଶ ରାତ୍ରଭୋଜନ କରିବାକୁ ପସନ୍ଦ କରନ୍ତି।

ତେବେ, ଏହି ସାକ୍ଷାତ୍‌କାର ସମୟରେ କ୍ୟାଟ୍ରିନା ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି କି ସେ କେବେ ହେଲେ ସଲମାନଙ୍କ ସହ ରାତ୍ରଭୋଜନ କରିନାହାନ୍ତି। ଏହାର ଉତ୍ତରରେ ସଲମାନ କହିଥିଲେ କି କ୍ୟାଟ୍ରିନା ସଂଧ୍ୟା ୬.୩୦ରେ ଡିନର୍‌ କରିଥାନ୍ତି ଓ ମୁଁ ସେତେବେଳେ ଲଞ୍ଚ୍‌ କରିଥାଏ।

ସମ୍ବନ୍ଧିତ ଖବର