ଅଜବ ରେସ୍ତୋରାଁ, ଇସାରାରେ କରାଯାଏ ଖାଇବା ଅର୍ଡର

ଆପଣ ବିଶ୍ୱର ଅନେକ ଅଜବଗଜବ ରେସ୍ତୋରାଁ ବାବଦରେ ଶୁଣିଥିବେ | କେଉଁଠି ଜେଲ ଭଳି ନିର୍ମାଣ କରାଯାଇଥାଏ | କେଉଁଠି ପୁଣି ପାଣି ମଧ୍ୟରେ ଖାଇବାକୁ ପଡିଥାଏ | କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ଏକ ରେସ୍ତୋରାଁ ବାବଦରେ କହିବୁ ଯାହାକି ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ | କାରଣ ଏଠାରେ ଖାଇବାକୁ ହେଲେ ଆପଣଙ୍କୁ ଇସାରାରେ ଅର୍ଡର ଦେବାକୁ ପଡିବ | ଏହି ଅଜବଗଜବ ରେସ୍ତୋରାଁଟି ଚୀନର ଗଙ୍ଗଝୁ ପ୍ରଦେଶରେ ରହିଛି |

ଦୁନିଆର ତୃତୀୟ ବଡ ହୋଟେଲ ଗ୍ରୁପ ଷ୍ଟାରବକ୍ସ ଏହି ହୋଟେଲକୁ ଖୋଲିଛି| ଏହି ରେସ୍ତୋରାଁର ନାମ ସାଇଲେନଟ କାଫେ ବୋଲି ଦିଆଯାଇଛି | ଚୀନରେ ଏଭଳି ହୋଟେଲ ପ୍ରଥମ ଥର ପାଇଁ ଖୋଲିଛି| ଏଠାକୁ ଆସୁଥିବା ଗ୍ରାହକ କଥା ନ କହି ଅର୍ଡର ଦେଇଥାନ୍ତି | ଆପଣଙ୍କୁ ଯଦି ଖାଇବାକୁ ଇଚ୍ଛା ହେବ ହାତର ଇସାରାରେ ଖାଦ୍ୟ ଅର୍ଡର କରିବାକୁ ପଡିବ | ଯଦି ଆପଣଙ୍କ ଇସାରାକୁ କେହି ରେସ୍ତୋରାଁ କର୍ମଚାରୀ ବୁଝି ନପାରନ୍ତି ତାହେଲେ ନୋଟ ପ୍ୟାଡ଼ରେ ଲେଖି ଦେବାକୁ ହୋଇଥାଏ |

ଠିକ ସେହିପରି ଏଠାରେ ଡିଜିଟାଲ ଯୋଗାଯୋଗର ବ୍ୟବସ୍ଥା ବି କରାଯାଇଛି | ରେସ୍ତୋରାଁର କାନ୍ଥରେ ସାଙ୍କେତିକ ଭାଷା ସହ ଚିହ୍ନ ମଧ୍ୟ ସୂଚାଯାଇଛି | ଯାହାଫଳରେ ସହଜରେ ବୁଝିହେବ | ଏହି ହୋଟେଲ ଖୋଲାଯିବାର କାରଣଟି ହେଉଛି ଏହା ଦ୍ୱାରା ସାଧାରଣ ଲୋକ ଦିବ୍ୟାଙ୍ଗମାନଙ୍କ ମନର ଭାଷା ବୁଝିପାରିବେ |

ସମ୍ବନ୍ଧିତ ଖବର