‘ଲାଇଗର’ ପାଇଁ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ଥିଲେ ଏହି ଅଭିନେତ୍ରୀ, ଜାଣନ୍ତୁ କେମିତି ଅନନ୍ୟାଙ୍କୁ ମିଳିଲା ସୁଯୋଗ

ମୁମ୍ବାଇ: ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଏବେ ନିଜର ଆଗାମୀ ଚଳଚ୍ଚିତ୍ର ‘ଲାଇଗର’ ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମ ଅଗଷ୍ଟ ୨୫ରେ ବଡ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି। ବିଜୟ ଦେବରକୋଣ୍ଡା ‘ଲାଇଗର’ ସହ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଫିଲ୍ମରେ ବିଜୟଙ୍କ ବିପକ୍ଷରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ନଜର ଆସିବା ସହ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ପୁରୀ ଜଗନ୍ନାଥ। ଫିଲ୍ମର ପ୍ରମୋସନ ସମୟରେ ନିର୍ଦ୍ଦେଶକ ପୁରୀ ଜଗନ୍ନାଥ ଏକ ବଡ଼ ଖୁଲାସା କରିଛନ୍ତି।

ଫିଲ୍ମ ‘ଲାଇଗର’ ପାଇଁ ଅନନ୍ୟା ପାଣ୍ଡେ ପ୍ରଥମ ପସନ୍ଦ ନଥିଲେ ବୋଲି କହିଛନ୍ତି ନିର୍ଦ୍ଦେଶକ ପୁରୀ ଜଗନ୍ନାଥ ତାଙ୍କ କହିବା ମୁତାବକ, ମୁଁ ଶ୍ରୀଦେବୀଜୀଙ୍କର ଜଣେ ବଡ଼ ପ୍ରଶଂସକ। ତେଣୁ ମୁଁ ଜାହ୍ନବୀଙ୍କୁ ବିଜୟଙ୍କ ବିପକ୍ଷରେ ଫିଲ୍ମ ‘ଲାଇଗର’ରେ ନେବା ପାଇଁ ଚାହୁଁଥିଲି। କିନ୍ତୁ ତାଙ୍କର ତାରିଖ ସହ ମୋର ତାରିଖ ମେଳ ନଖାଇବାରୁ ଜାହ୍ନବୀ ଫିଲ୍ମ ସହ ଯୋଡ଼ି ହୋଇପାରିଲେ ନାହିଁ। ଏହା ପରେ ‘ଲାଇଗର’ର କାହାଣୀ ଶୁଣିବା ପରେ କରଣ ଜୋହର ଏହି ଚଳଚ୍ଚିତ୍ର ପାଇଁ ଅନନ୍ୟା ପାଣ୍ଡେଙ୍କୁ ନେବା ପାଇଁ କହିଥିଲେ।

 

ସମ୍ବନ୍ଧିତ ଖବର