ଆସିଲା ଓଡ଼ିଆ ଚଳଚ୍ଚିତ୍ର ‘ହିଟଲର’ର ପୋଷ୍ଟର ଓ ଫାଷ୍ଟଲୁକ୍‌

ଭୁବନେଶ୍ବର: ଚନ୍ଦନ ଫିଲ୍ମସ୍‌ ନିବେଦିତ ଚଳଚ୍ଚିତ୍ର ‘ହିଟଲର’ର ପୋଷ୍ଟର ରିଲିଜ ହେବା ସହିତ ଫାଷ୍ଟ ଲୁକ୍ ଲୋକାର୍ପଣ ହୋଇଯାଇଛି। ଏହି ଉତ୍ସବରେ ପ୍ରଯୋଜକ ଡକ୍ଟର ପ୍ରକାଶ ଶ୍ରୀଚନ୍ଦନ, ନିର୍ଦ୍ଦେଶକ ସୁଧାକର ବସନ୍ତ, କାହାଣୀକାର ଦିଲୀପ ଶ୍ରୀଚନ୍ଦନ, ସଂଳାପକାର ମନୋରଞ୍ଜନ ରାଉଳ, ମିଡ଼ିଆ ପ୍ଲାନର ପ୍ରଣୟ ଜେଠୀ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରିଥିଲେ।

ଚଳଚ୍ଚିତ୍ର ‘ହିଟଲର’ର ପ୍ରମୁଖ ଭୂମିକାରେ ଅଭିନେତା ଦୀପକ, ଅର୍ଲିନ, ଅଙ୍କିତା, ସୁକାନ୍ତ ପାତ୍ର, ହରିହର ମହାପାତ୍ର, ଦିବ୍ୟା, ସିଆ, ରାଜଶ୍ରୀ, ଦୁର୍ଗା, ପଲଶ କୁମାର, ମଧୁସୂଦନ ରାଓ ପ୍ରମୁଖ ଅଭିନୟ କରିଛନ୍ତି। ଏଥିରେ ଗୀତ ରଚନା କରିଛନ୍ତି ନିର୍ମଳ ନାୟକ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର। ଚିତ୍ରତ୍ତୋଳନ କରିଛନ୍ତି ଅଜିତ ପ୍ରକାଶ। ସମ୍ପାଦନା କରିଛନ୍ତି ସେଭେନ୍‌ ବ୍ରଦର୍ସ(ଡି. ପ୍ରକାଶ)।

ଚନ୍ଦନ ଫିଲ୍ମସ୍‌ର ପ୍ରଥମ ଅବଦାନ ‘ମହା ଶଙ୍କରା’ ବେଶ୍ ଲୋକାଦୃତ ହୋଇଥିଲା। ଏଡି ବ୍ୟାନର ନିବେଦିତ ଦ୍ବିତୀୟ ଚଳଚ୍ଚିତ୍ର ‘ହିଟଲର’ ମଧ୍ୟ ଦର୍ଶକଙ୍କୁ ଆକୃଷ୍ଟ କରିବ ଏବଂ ଏହା ସାରା ଓଡ଼ିଶାରେ ଜୁନ୍ ମାସରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜକ ପ୍ରକାଶ ଶ୍ରୀଚନ୍ଦନ ମତ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର