ପାକିସ୍ତାନୀ କଳାକାରଙ୍କ ଉପରେ ପ୍ରତିବନ୍ଧକ ଲଗାଯିବାକୁ ନେଇ ମତ ରଖିଲେ ରଣବୀର ସିଂହ : ଯଦି ଜଣେ ଯବାନଙ୍କ ମା’ ଏଭଳି ଚାହୁଁଛନ୍ତି, ତେବେ…

ମୁମ୍ବାଇ : ପୁଲଓ୍ଵାମାରେ ଆତଙ୍କବାଦୀ ଆକ୍ରମଣ ହେବା ପରେ ସାରା ଭାରତ ପାକିସ୍ତାନ ବିରୋଧୀ ଆନ୍ଦୋଳନ ଆରମ୍ଭ କରି ଦେଇଥିଲେ । ଭାରତ ତରଫରୁ ପାକିସ୍ତାନକୁ ମିଳୁଥିବା ସବୁ ସୁବିଧାକୁ ବନ୍ଦ କରି ଦିଆଯିବା ସହ ପାକ୍‌ କଳାକାରମାନଙ୍କୁ ମଧ୍ୟ ବଲିଉଡ୍‌ରେ ପ୍ରବେଶ ନେଇ ପ୍ରତିବନ୍ଧକ ଲଗାଇ ଦିଆଯାଇଥିଲା । ଏବେ ଏ ନେଇ ଏକ ସାକ୍ଷାତକାରରେ ଅଭିନେତା ରଣବୀର ସିଂହଙ୍କୁ ପଚରାଯିବା ପରେ ସେ ନିଜର ମତ ରଖିଛନ୍ତି ।

India.com

.ସେ କହିଥିଲେ, ମୁଁ ପୁଲଓ୍ଵାମାରେ ଆତଙ୍କବାଦୀଙ୍କ ଆକ୍ରମଣର ଖବର ଶୁଣି ରାଗି ଯାଇଥିଲି । କିନ୍ତୁ ପାଇଲଟ୍‌ ଅଭିନନ୍ଦନ ଏବେ ନିଜ ଦେଶକୁ ଫେରିବା ପରେ ମୋର ରାଗ ଶାନ୍ତ ହୋଇଛି । ସେ ହେଉଛନ୍ତି ଅସଲି ହିରୋ । ମୁଁ ତାଙ୍କୁ ନେଇ ଗର୍ବିତ । ସେ ଆମ ଦେଶ ପାଇଁ ଏବେ ପ୍ରେରଣା ପାଲଟିଛନ୍ତି । କିଛି ଲୋକ କଳା ଏବଂ ଖେଳକୁ ଦେଶ ମଧ୍ୟରେ ଚାଲିଥିବା ସମସ୍ୟାରେ ମିଶାଇବାକୁ ନେଇ ବିରୋଧ କରିଥିଲେ । କିନ୍ତୁ କଳା ଏବଂ ଖେଳ କ୍ଷେତ୍ରରେ ଥିବା ଲୋକମାନେ ଦେଶ ପାଇଁ ଜୀବନ ଦିଅନ୍ତି ନାହିଁ । କଳା ଏବଂ ଖେଳର ସୀମା ଅଲଗା ଏବଂ ଅଲଗା ରଖିବା ଦରକାର । କିନ୍ତୁ ଯଦି ଜଣେ ଯବାନଙ୍କ ମା’ଙ୍କୁ ଲାଗୁଛି କି ଏଭଳି ପରିସ୍ଥିତିରେ କଳାକାର ଏବଂ ଖେଳାଳିମାନଙ୍କୁ ପାକିସ୍ତାନୀମାନଙ୍କ ସହ କାମ ନ କରିବା ଦରକାର । ତେବେ ସମସ୍ତଙ୍କୁ ତାଙ୍କ ଇଚ୍ଛାର ସମ୍ମାନ କରିବା ଦରକାର ବୋଲି କହିଛନ୍ତି ରଣବୀର ।

ସମ୍ବନ୍ଧିତ ଖବର