ଏ ବର୍ଷର ପ୍ରଥମ ସମ୍ବଲପୁରୀ ସିନେମା ‘ମୁଇଁ ଦିଓ୍ଵାନା ତୁଇ ଦିଓ୍ଵାନୀ’

ଭୁବନେଶ୍ୱର: ୨୦୧୯ର ପ୍ରଥମ ସମ୍ବଲପୁରୀ ସିନେମାଭାବେ ରିଲିଜ୍‌ ହେଉଛି ନୂଆ ସିନେମା ‘ମୁଇଁ ଦିଓ୍ଵାନା ତୁଇ ଦିଓ୍ଵାନୀ’। ଶ୍ୟାମା ମୁଭିଜ୍‌ ବ୍ୟାନରରେ ନିର୍ମିତ ଏହି ସମ୍ବଲପୁରୀ ସିନେମା ର ପ୍ରଯୋଜନା କରିଛନ୍ତି ମାନଭଂଜନ ନାୟକ। ସେ ଆଗରୁ ‘ଅଲାର୍‌’ ଟାଇଟଲ୍‌ରେ ଏକ ସମ୍ବଲପୁରି ଫିଲ୍ମ ନିର୍ମାଣ କରିଥିଲେ,ଯାହା ୨୦୧୩ରେ ରିଲିଜ୍‌ ହୋଇଥିଲା। ‘ମୁଇଁ ଦିଓ୍ଵାନା ତୁଇ ଦିଓ୍ଵାନି’ର ନିର୍ଦ୍ଦେଶକ ବି ମାନଭଂଜନ ନାୟକ। ଏହି ଫିଲ୍ମରେ ପୃଥ୍ଵୀରାଜ ନାୟକ,ଶ୍ୟାମ କୁମାର,ଋଷି,ପ୍ରିୟଙ୍କା ଓ ଦୀପିକା ପ୍ରମୁଖ ଅଭିନୟ କରିଛନ୍ତି।

ଏଥିରେ ନବାଗତା ଡକ୍ଟର ନିଶାଙ୍କୁ ନାୟିକା ଭୂମିକାରେ ଦେଖିବାକୁ ମିଳିବ। ଏତଦ୍‌ବ୍ୟତୀତ ପ୍ରଦୀପ ଦେବତା,ଅଶ୍ୱିନୀ ପଣ୍ଡା,ସତ୍ୟ ପଣ୍ଡା ଓ ବିନ୍ଦୁ ପ୍ରମୁଖ ବି ଗରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି।

‘ମୁଇଁ ଦିଓ୍ଵାନା ତୁଇ ଦିଓ୍ଵାନୀ’ର ସୁଟିଂ ବରଗଡ ଓ ଭୁବନେଶ୍ୱରରେ କରାଯାଇଛି। ଏହାର ସଂଳାପ ଲେଖିଛନ୍ତି ଶୈଳେଶ ତ୍ରିପାଠୀ ।ନବ ମହତ୍ତମ ଏହି ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ ଜାନୁଆରି ୪ ତାରିଖରେ ଏହି ସମ୍ବଲପୁରୀ ସିନେମା ମୁକ୍ତିଲାଭ କରୁଛି।

ସମ୍ବନ୍ଧିତ ଖବର