ନରେନ୍ଦ୍ର ମୋଦିଙ୍କ ଚରିତ୍ରରେ ଅଭିନୟ କରିବା ପାଇଁ ଚାହୁଁଛନ୍ତି ଶତ୍ରୁଘ୍ନ ସିହ୍ନା

ନୂଆଦିଲ୍ଲୀ : ବଲିଉଡର ବରିଷ୍ଠ ଅଭିନେତା ଶତ୍ରୁଘ୍ନ ସିହ୍ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚରିତ୍ରରେ ଅଭିନୟ କରିବା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ଆସନ୍ତା ବର୍ଷ ରିଲିଜ ଅପେକ୍ଷାରେ ଥିବା ନରେନ୍ଦ୍ର ମୋଦିଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ପାଇଁ ବହୁତ ଉତ୍ସାହିତ ଅଛନ୍ତି ଶତ୍ରୁଘ୍ନ । ଗତ ସପ୍ତାହରେ ଲଣ୍ଡନରେ ବିଟ୍ରିସ ଲେବର ପାର୍ଟିର ମୁଖ୍ୟ କିଥ୍‌ ବ୍ୟାଜଙ୍କ ଦ୍ୱାରା ଶତ୍ରୁଘ୍ନଙ୍କୁ ସମ୍ମାନିତ କରାଯାଇଥିଲା । ଏହାପରେ ଅନୁଷ୍ଠିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଭାରତରେ ଥିବା ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ମଧ୍ୟରୁ କାହାର ଚରିତ୍ରରେ ସେ ଅଭିନୟ କରିବା ପାଇଁ ଚାହୁଁଛନ୍ତି ବୋଲି ପ୍ରଶ୍ନ ପଚରାଯାଇଥିଲା । ଏହାର ଉତ୍ତରରେ ଶତ୍ରୁଘ୍ନ କହିଥିଲେ ସେ ନରେନ୍ଦ୍ର ମୋଦିଙ୍କ ଚରିତ୍ରରେ ନଜର ଆସିବା ପାଇଁ ଚାହୁଁଛନ୍ତି ।

bollywoodhungama

‘ମତେ ଲଣ୍ଡନର ଭାରତୀୟ ସମୁଦାୟ ସମ୍ମାନିତ କରିବା ପାଇଁ ଚାହୁଁଥିଲେ। ଏଣୁ ମୁଁ ସେମାନଙ୍କୁ ଏଥିପାଇଁ ମନା କରିପାରିଲି ନାହିଁ । ବିଦେଶ ମାଟିରେ ରହୁଥିବା ମୋର ଭାଇଭଉଣୀ ମାନଙ୍କ ପାଖରୁ ଆସୁଥିବା ମୋ ପ୍ରତି ଶ୍ରଦ୍ଧାକୁ ମୁଁ ସମ୍ମାନ ଜଣାଉଛି ଓ ଧନ୍ୟବାଦ ଦେଉଛି। ମୋଦି ବାସ୍ତବରେ ଆମର ଜଣେ ଅତୁଳନୀୟ ନାୟକ । ମୁଁ ସର୍ବଦା ତାଙ୍କୁ ମଧ୍ୟ ଏହା କହିଥାଏ । କିଏ ତାଙ୍କ ଚରିତ୍ର ଅଭିନୟ କରିବା ପାଇଁ ନ ଚାହିଁବ ? ମୁଁ ତାଙ୍କ ଚରିତ୍ରରେ ନଜର ଆସିବା ପାଇଁ ବହୁତ ଆଗ୍ରହୀ ଏବଂ ତାହାକୁ ଭଲ ଭାବେ ତୋଳି ଧରିବାକୁ ଚେଷ୍ଟା କରିବି ତାହାକୁ ଭଲ ଭାବେ ଅଭିନୟ କରିବି ବୋଲି କହିଛନ୍ତି ଶତ୍ରୃଘ୍ନ ସିହ୍ନା । ‘ଦ ମୋଦି’ ଚଳଚ୍ଚିତ୍ରଟିର ପ୍ରଯୋଜନା ଶୀତଲ ତଲଓ୍ଵାର କରିବା ପାଇଁ ଯାଉଛନ୍ତି ଏହା ଆସନ୍ତା ବର୍ଷ ରିଲିଜ ହେବାକୁ ଯାଉଛି ।

ସମ୍ବନ୍ଧିତ ଖବର