କମେଡି ସିରିଏଲ ତାରକ ମେହେତ୍ତା କା ଉଲଟା ଚଷମାକୁ ପୁଣି ଫେରିଲେ ଦୟାବେନ !

ଲୋକପ୍ରିୟ କମେଡି ସିରିଏଲ ତାରକ ମେହେତ୍ତା କା ଉଲଟା ଚଷମାରେ ଦୟାବେନ ଚରିତ୍ରରେ ନଜର ଆସୁଥିବା ଦିଶା ଗତ କିଛିଦିନ ହେଲା ଏଥିରୁ ଦୂରେଇ ଯାଇଥିଲେ। ଏହି ସମୟରେ ସେ ନିଜ ନବଜାତ ଶିଶୁକନ୍ୟାର ଯତ୍ନରେ ବ୍ୟସ୍ତ ଥିଲେ। କିନ୍ତୁ ଦିଶା ଏବେ ପୁନର୍ବାର ସିରିଏଲକୁ ଫେରିବା ପାଇଁ ପ୍ରସ୍ତୁତ ହୋଇସାରିଲେଣି। ଦୟାବେନଙ୍କ ପ୍ରଶଂସକଙ୍କ ମଧ୍ୟରେ ଏବେ ଖୁସିର ଲହରି ଖେଳିଯାଇଛି।

କିଛି ଦିନ ପୂର୍ବରୁ ଗୁଜବ ଉଠିଥିଲା ଯେ ଦିଶା ସବୁଦିନ ପାଇଁ ସିରିଏଲରୁ ବିଦାୟ ନେଇଛନ୍ତି କିନ୍ତୁ ପୁନର୍ବାର ସେ ଶୋ’କୁ ଆସି ପ୍ରଶଂସକଙ୍କୁ ସରପ୍ରାଇଜ ଦେଇଛନ୍ତି । ଦିଶା ନିଜର ଅଭିନୟ ଏବଂ କଥା କୁହା ଢଙ୍ଗରେ ସମସ୍ତଙ୍କୁ ଭରପୂର ମନୋରଞ୍ଜନ ଯୋଗାଉଥିଲେ। ସିରିଏଲରୁ କିଛି ସମୟ ଦୂରେଇ ରହିବା ଫଳରେ ଦର୍ଶକ ଦିଶାଙ୍କୁ ବହୁତ ମିସ କରୁଥିଲେ ଏବଂ ସିରିଏଲ ଟିଆରପି ମଧ୍ୟ କମ ହେବାକୁ ଲାଗିଥିଲା। କିନ୍ତୁ ବର୍ତ୍ତମାନର ଏହି ଖବର ଦର୍ଶକଙ୍କୁ ଧାରାବାହିକ ଦେଖିବାକୁ ବାଧ୍ୟ କରିବ।

ସୂଚନା ଅନୁସାରେ ୨୦୧୫ ମସିହାରେ ଦିଶା ଚାଟାର୍ଡ ଆକାଉଣ୍ଟାଣ୍ଟ ମୟୁର ପାଣ୍ଡିୟାଙ୍କୁ ବିବାହ କରିଥିଲେ ଏବଂ ଗତବର୍ଷ ନଭେମ୍ବରରେ ସେ କନ୍ୟା ସନ୍ତାନର ଜନନୀ ହେବାର ସୌଭାଗ୍ୟ ଲାଭ କରିଥିଲେ। ଏହି ସିରିଏଲରେ ସେ ଜେଠାଲାଲଙ୍କ ପତ୍ନୀ ଦୟାବେନ ଚରିତ୍ରରେ ନଜର ଆସୁଛନ୍ତି। ନିଜର ଅସଲି କଥାକୁହା ଷ୍ଟାଇଲକୁ ବଦଳାଇ ଛୋଟପିଲାଙ୍କ ପରି କହିବା ଅନ୍ଦାଜକୁ ନେଇ ସେ ବେଶ ଲୋକପ୍ରିୟ।

ସମ୍ବନ୍ଧିତ ଖବର