୨ ବର୍ଷରେ ଇପିଏଫଓରେ ୧.୩୯ କୋଟି ସଦସ୍ୟ

ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ ଇପିଏଫଓ ପକ୍ଷରୁ ନିକଟରେ ଏହାର ସଦସ୍ୟମାନଙ୍କର ନିଯୁକ୍ତି ଓ ଦରମା ସଂକ୍ରାନ୍ତ ତଥ୍ୟାବଳୀ ବା ପେ-ରୋଲ ଡାଟା ପ୍ରକାଶ ପାଇଛି । ଏହା ଅସ୍ଥାୟୀ (ପ୍ରଭିଜନାଲ) ହୋଇଥିଲେ ମଧ୍ୟ ଏଥିରୁ ମିଳିଥିବା ସୂଚନା ଅନୁସାରେ ୨୦୧୭ ସେପ୍ଟେମ୍ବର ପରଠାରୁ ଏହି ସଂଗଠନରେ ଅଧିକରୁ ଅଧିକ ସଦସ୍ୟ ଯୋଗଦେଉଥିବା ଜଣାପଡିଛି । ଏହି ତଥ୍ୟାବଳୀ ୨୦୧୮-୧୯ ଓ ୨୦୧୯-୨୦ ଆର୍ଥିକ ବର୍ଷର ହିସାବକୁ ନେଇ ପ୍ରସ୍ତୁତ କରାଯାଇଛି । ୨୦୧୮-୧୯ ଆର୍ଥିକବର୍ଷରେ ଏହି ସଂଗଠନର ସଦସ୍ୟ ସଂଖ୍ୟାରେ ମୋଟ ଯୋଗଦାନ ୬୧.୧୨ ଲକ୍ଷ ହୋଇଥିବାବେଳେ ୧୯୧୯-୨୦ରେ ଏହା ୨୮ ପ୍ରତିଶତ ବଢ଼ି ୭୮.୫୮ ଲକ୍ଷରେ ପହଞ୍ଚିଛି ।

ଯେଉଁମାନେ ନୂଆକରି ସଂଗଠନରେ ଯୋଗ ଦେଇଛନ୍ତି ଭବିଷ୍ୟନିଧି ପାଣ୍ଠିକୁ ସେମାନଙ୍କର ଅଂଶ ଆସୁଛି ଓ କେବଳ ସେହିମାନଙ୍କ ହିସାବ ସ୍ଥାନ ପାଇଛି । ତଥ୍ୟ ଅନୁସାରେ ଏହି ସମୟ ମଧ୍ୟରେ ଇପିଏଫଓରେ ଅଧିକ ସଂଖ୍ୟାରେ କର୍ମଚାରୀ ଯୋଗ ଦେଉଥିବାବେଳେ ସଂଗଠନ ଛାଡ଼ୁଥିବା କର୍ମଚାରୀଙ୍କ ସଂଖ୍ୟା କମ୍‌ ।

ସମ୍ବନ୍ଧିତ ଖବର