ମୋଗାଦିସୁ ବୋମା ବିସ୍ଫୋରଣ : ମୃତ୍ୟୁସଂଖ୍ୟା ୧୦୦ ଟପିଲା, ନିନ୍ଦା କଲା ଭାରତ

ମୋଗାଦିସୁ : ଗତ ଶନିବାରଦିନ ଆଫ୍ରିକୀୟ ଦେଶ ସୋମାଲିଆରେ ହୋଇଥିବା ଦୁଇଟି ବୋମା ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୧୦୦ ଟପିଯାଇଛି । ଏହା ସହିତ ୩୦୦ ଜଣ ଆହତ ହୋଇଛନ୍ତି ବୋଲି ସୋମାଲିଆ ରାଷ୍ଟ୍ରପତି ହାସାନ ସେଖ ମହମ୍ମଦ କହିଛନ୍ତି । ଏହି ଆକ୍ରମଣ ପାଇଁ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ ସବାବ ନିଜକୁ ଦାୟୀ କରିଛି । ଅଲ କାଇଦା ସହ ଏହାର ସଂପର୍କ ଥିବା କୁହାଯାଉଛି ।

ସହରରେ ଥିବା କେ-୫ ଜଙ୍କସନସ୍ଥିତ ସୋମାଲିଆର ଶିକ୍ଷା ମନ୍ତ୍ରାଳୟ ନିକଟରେ ଲଗାତାର ଦୁଇଟି ବୋମା ବିସ୍ଫୋରଣ ହୋଇଥିଲା । ପ୍ରଥମ ବୋମା ବିସ୍ଫୋରଣ ହେବାର କିଛି ମିନିଟ ପରେ ଆଉ ଏକ ବୋମା ବିସ୍ଫୋରଣ ହୋଇଥିଲା । ପ୍ରଥମ ବିସ୍ଫୋରଣ ପରେ ପରେ କିଛି ସ୍ଥାନୀୟ ଲୋକ ଉଦ୍ଧାର ପାଇଁ ଯାଇଥିବାବେଳେ ୨ୟ ବିସ୍ଫୋରଣଟି ହୋଇଥିଲା । ଏହି ବିସ୍ଫୋରଣ ପରେ ଆତଙ୍କବାଦୀମାନେ  ଆହତ ଲୋକମାନଙ୍କ ଉପରକୁ ଗୁଳି ଚଳାଇଥିଲେ ।

image credit : @HornExpert

ଭାରତ ସରକାର ଏହି ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିବା ସହ ବିଶ୍ବ ସମୁଦାୟ ସବୁ ପ୍ରକାରର ଆତଙ୍କବାଦ ବିରୋଧରେ ଏକାଠି ହେବାକୁ ଆହ୍ବାନ ଜଣାଇଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଶନିବାର ହୋଇଥିବା ବିସ୍ଫୋରଣର ସ୍ଥାନ ୨୦୧୮ରେ ହୋଇଥିବା ସବୁଠାରୁ ଭୟଙ୍କର ବୋମା ବିସ୍ଫୋରଣର ସ୍ଥାନ ନିକଟରେ ଅବସ୍ଥିତ । ୨୦୧୮ରେ ହୋଇଥିବା ଉକ୍ତ ବିସ୍ଫୋରଣରେ ୫୮୭ ଲୋକ ପ୍ରାଣ ହରାଇଥିଲେ ।

 

 

ସମ୍ବନ୍ଧିତ ଖବର