ମୋଦୀଙ୍କ ବିରୋଧରେ କୋଭିଡ ଟିକା ସମ୍ପର୍କିତ ପୋଷ୍ଟର ଲଗାଇ ୧୫ ଗିରଫ, ୧୭ ମାମଲା ରୁଜୁ

ନୂଆଦିଲ୍ଲୀ: ମୋଦୀଙ୍କ ବିରୋଧରେ ପୋଷ୍ଟର ଲଗାଇଥିବାରୁ ଗିରଫ ହେଲେ ୧୫ ଜଣ ବ୍ୟକ୍ତି | ଏହା ଛଡା ଆଉ ଯେଉଁମାନେ ପୋଷ୍ଟର ଲଗାଇବାରେ ସମ୍ପୃକ୍ତ ଅଛି ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦିଲ୍ଲୀ ପୁଲିସ ଲାଗିପଡ଼ିଛି | କୋଭିଡ -୧୯ ଟିକାକରଣ ସଂପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରୁଥିବା ପୋଷ୍ଟର ଲଗାଇବା ଅଭିଯୋଗରେ ୧୭ଟି ଏଫଆଇଆର ପଞ୍ଜୀକୃତ ହୋଇଥିଲା ଏବଂ ୧୫ ଜଣଙ୍କୁ ଗିରଫ କରାଯାଇଥିଲା। ପୁଲିସ ଅଧିକାରୀମାନେ ଶନିବାର କହିଛନ୍ତି ଯେ ଏହି ପୋଷ୍ଟରଗୁଡିକ ସହରର ଅନେକ ସ୍ଥାନରେ ଲଗାଯାଇଥିଲା |

ଏଥିରେ ଲେଖାଥିଲା,ଯେ ‘ମୋଦୀ ଜୀ ଆମ ପିଲାମାନଙ୍କ ଟିକା କାହିଁକି ବିଦେଶକୁ ପଠାଇଲେ?’ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ଗୁରୁବାର ଦିନ ପୋଷ୍ଟର ସମ୍ପର୍କରେ ସୂଚନା ମିଳିଥିଲା | ଏହା ପରେ ଦିଲ୍ଲୀ ପୁଲିସ ବିଭିନ୍ନ ଜିଲ୍ଲାରେ ୧୭ଟି ଏଫ୍ଆଇଆର୍ ପଞ୍ଜୀକୃତ କରିଛି। ଯଦି ଏ ସମ୍ପର୍କରେ ଅଧିକ ଅଭିଯୋଗ ଆସେ ତେବେ ଏଫ୍ଆଇଆର୍ ଦାଖଲ କରାଯିବ। ପୁଲିସ କହିଛି ଯେ ଉତ୍ତର-ପୂର୍ବ ଦିଲ୍ଲୀରେ ତିନିଟି ଏଫଆଇଆର ଦାଖଲ କରାଯାଇଛି |

ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ପଶ୍ଚିମ ଦିଲ୍ଲୀରେ ତିନୋଟି ଏଫଆଇଆର ସହ ଦିଲ୍ଲୀ ସହରରେ ତିନୋଟି ଏଫଆଇଆର ପଞ୍ଜିକୃତ ହୋଇଛି | ସେ କହିଛନ୍ତି ଯେ ସହରର ମଧ୍ୟ ଭାଗରେ ଦୁଇଟି ଏଫଆଇଆର ପଞ୍ଜୀକୃତ ହୋଇଥିଲା ଏବଂ ଚାରି ଜଣଙ୍କୁ ଗିରଫ କରାଯାଇଛି । ରୋହିଣୀରେ ଦୁଇଟି ଏଫ୍ଆଇଆର୍ ପଞ୍ଜୀକୃତ ହୋଇଥିଲା ଏବଂ ଦୁଇ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଗୋଟିଏ ଏଫ୍ଆଇଆର୍ ପୂର୍ବ ଦିଲ୍ଲୀରେ ରୁଜୁ କରାଯାଇଛି | ଏହି ଏଫଆଇଆର ମୁତାବକ ଚାରି ଜଣଙ୍କୁ ଗିରଫ କରାଯାଇଛି |

ସମ୍ବନ୍ଧିତ ଖବର