ଜମ୍ମୁ ବିମାନ ବନ୍ଦରରେ ୫ ମିନିଟ୍‌ରେ ଦୁଇଟି ବିସ୍ଫୋରଣ ‘ଏୟାର୍‌ ବେସ୍‌’ ଉପରେ ପ୍ରଥମ ଡ୍ରୋନ୍‌ ଆକ୍ରମଣ ହୋଇପାରେ

ଜମ୍ମୁ: ଜମ୍ମୁ ବିମାନ ବନ୍ଦରରେ ୫ ମିନିଟ୍‌ରେ ଦୁଇଟି ବିସ୍ଫୋରଣ ‘ଏୟାର୍‌ ବେସ୍‌’ ଉପରେ ପ୍ରଥମ ଡ୍ରୋନ୍‌ ଆକ୍ରମଣ ହୋଇଥାଇ ପାରେ ବୋଲି ଆଶଙ୍କା କରାଯାଇ ତଦନ୍ତ ଆରମ୍ଭ ହୋଇଛି। ଏହି ବିସ୍ଫୋରଣ ଘଟଣାରେ ଭାରତୀୟ ବାୟୁସେନାର ଦୁଇଜଣ କର୍ମଚାରୀ ସାମାନ୍ୟ ଆହତ ହୋଇଛନ୍ତି।

ରାତି ପ୍ରାୟ ୨ଟା ବେଳେ ଭାରତୀୟ ବାୟୁସେନା ପରିଚାଳିତ ‘ସତୱାରି ବାୟୁସେନା ଷ୍ଟେସନ୍‌’ରେ ଦୁଇଟି ବିସ୍ଫୋରଣ ଘଟିଥିବା ସୂଚନା ମିଳିବା ପରେ ଆଜି ସକାଳୁ ନ୍ୟାସ୍‌ନାଲ୍‌ ବମ୍ବ୍‌ ଡାଟା ବିଶେଷଜ୍ଞ ଏବଂ ଫୋରେନ୍‌ସିକ୍‌ ଟିମ୍ ଘଟଣାସ୍ଥଳକୁ ଯାଇଥିଲେ।

Image Courtesy of India Today

ପ୍ରାପ୍ତ ସୂଚନା ଅନୁସାରେ, ରାତି ପ୍ରାୟ ୧:୩୭ରେ ଘଟିଥିବା ପ୍ରଥମ ବିସ୍ଫୋରଣ ଯୋଗୁଁ ଗୋଟାଏ କୋଠାଘରର ଛାତ କଣା ହୋଇଯାଇଥିବା ବେଳେ ରାତି ୧.୩୭ରେ ଘଟିଥିବା ଦ୍ବିତୀୟ ବିସ୍ଫୋରଣଟି ପ୍ରାୟ ଏକ କିଲୋମିଟର ଦୂରରେ ଘଟିଥିବା ଶୁଭିଥିଲା। ଏହାକୁ ବଡ଼ ଗୁରୁତର ଘଟଣା ଭାବେ ବିବେଚନା କରାଯାଉଛି। ବିମାନ ବନ୍ଦରରେ ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି ଟିମ୍‌ ମଧ୍ୟ ଉପସ୍ଥିତ ହୋଇଛି।

ସୂଚନାଯୋଗ୍ୟ, ଜମ୍ମୁ ବିମାନ ବନ୍ଦର ରନ୍‌ୱେ ଏବଂ ଏୟାର୍‌ ଟ୍ରାଫିକ୍‌ କଣ୍ଟ୍ରୋଲ୍‌ ଭାରତୀୟ ବାୟୁସେନା ନିୟନ୍ତ୍ରଣରେ ଥାଏ। ସେଠାରେ ଯାତ୍ରୀବାହୀ ବିମାନ ମଧ୍ୟ ଚଳାଚଳ କରେ।

କ୍ଷଣିକ ମଧ୍ୟରେ ନିରାପତ୍ତା ବଳ ସମ୍ପୃକ୍ତ ଅଞ୍ଚଳକୁ ସିଲ୍‌ କରି ପକାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର