କଶ୍ମୀର : ଧାରା ୩୭୦ ଉଠିବା ପରେ ୩୦୦ରୁ ଅଧିକ ପଥରମାଡ ଘଟଣା, ୧୦୦ ଯବାନ ଆହତ

ଶ୍ରୀନଗର : ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଠିବା ପରେ ଇତି ମଧ୍ୟରେ ଦୁଇ ମାସ ବିତିଯାଇଛି । ଉପରକୁ ସ୍ଥିତି ଶାନ୍ତିପୂର୍ଣ୍ଣ ଥିବା ସରକାର କହୁଥିବାବେଳେ ଏହି ୨ ମାସରେ ଘାଟିରେ ୩୦୦ରୁ ଅଧିକ ପଥର ଫିଙ୍ଗା ଘଟଣା ଘଟିଛି । ଏସବୁ ଘଟଣାରେ ୧୦୦ରୁ ଅଧିକ ସୁରକ୍ଷାବଳ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୮୯ ଜଣ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀର ଯବାନ ଅନ୍ୟତମ ।

କେନ୍ଦ୍ର ସରକାର ଗତ ଅଗଷ୍ଟ ୫ରେ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଠାଇଦେବା ସହ ଜମ୍ମୁ-କଶ୍ମୀର ଓ ଲଦାଖକୁ ଅଲଗା ଅଲଗା କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଥିଲେ । ସୁରକ୍ଷା ଓ ଆଇନଶୃଙ୍ଖଳା ରକ୍ଷା ଲାଗି ସରକାର ଜାମ୍ମୁ ଓ କଶ୍ମୀର ପ୍ରମୁଖ ନେତାମାନଙ୍କୁ ଗୃହବନ୍ଦୀ କରିଦେଇଥିଲେ । ପ୍ରଶାସନ ଆଜି କଶ୍ମୀରର ୩ ଜଣ ରାଜନୈତିକ ନେତାଙ୍କୁ ଗୃହବନ୍ଦୀରୁ ମୁକ୍ତ କରିଛନ୍ତି । ସେହିପରି ଏହି ୨ ମାସରେ ୫ଟି ଏନକାଉଣ୍ଟର ହୋଇଛି । ଏଥିରେ ୧୦ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ଓ ୨ ଜଣ ଯବାନ ସହିଦ ହୋଇଛନ୍ତି ।

ସମ୍ବନ୍ଧିତ ଖବର