ବାୟୁସେନାର ସର୍ଜିକାଲ ଷ୍ଟ୍ରାଇକ୍‌ରେ ନିପାତ ହେଲେ ଜେଇଏମ୍‌ର ୪୨ ତାଲିମପ୍ରାପ୍ତ ଆତ୍ମଘାତୀ ମାନବ ବୋମା

ନୂଆଦିଲ୍ଲୀ: ଆଜି ପ୍ରତ୍ୟୁଷରେ ଭାରତୀୟ ବାୟୁସେନା ଆକାଶ ମାର୍ଗରୁ ପାକିସ୍ତାନ ଉପରେ ଯେଉଁ ସର୍ଜିକାଲ ଷ୍ଟ୍ରାଇକ୍‌ କରିଥିଲା ସେଥିରେ  ଆତଙ୍କବାଦୀ ସଂଗଠନ ଜୈସ୍‌-ଇ- ମହମ୍ମଦ (ଜେଇଏମ୍‌)ର ୪୨ ଜଣ ତାଲିମପ୍ରାପ୍ତ ଆତ୍ମଘାତୀ ମାନବ ବୋମାଙ୍କ ମୁତ୍ୟୁ ଘଟିଛି। ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟ ଠାରେ ଥିବା ଜେଇଏମ୍‌ର ଟ୍ରେନିଂକ୍ୟାମ୍ପ ଉପରେ ଯେଉଁ ହାମ୍‌ଲା କରି ଏହାକୁ ଧ୍ୱଂସ କଲା, ସେଥିରେ ଜେଇଏମ୍‌ର ଏହି ସମସ୍ତ ୪୨ ଜଣ ତାଲିମପ୍ରାପ୍ତ ଆତ୍ମଘାତୀ ମାନବ ବୋମାଙ୍କ ମୁତ୍ୟୁ ଘଟିଥିବା ଜାଣିବାକୁ ମିଳିଛି।


ଏଥିସହ ମାରକାଜ୍‌ ସୟଦ ଅହେମ୍ମଦ ଶହୀଦ ନାମକ ଜେଇଏମ୍‌ର ଏହି ଟ୍ରେନିଂ ସେଣ୍ଟରରେ ତାଲିମ୍‌ ପ୍ରଦାନ କରୁଥିବା ମହମ୍ମଦ ସଲିମ୍‌ ଓରଫ୍‌ ଓସ୍ତାଦ ଗୌହରୀର ମଧ୍ୟ ଏହି ଆକ୍ରମଣରେ ମୁତ୍ୟୁ ଘଟିଛି। ମୃତ ମହମ୍ମଦ ସଲିମ୍‌ ଓରଫ୍‌ ଓସ୍ତାଦ ଗୌହରୀ ହେଉଛି ଜେଇଏମ୍‌ର ମୁଖ୍ୟ ମାସୁଦ୍‌ ଆଝାରର ଶାଳକ। ଏସମସ୍ତଙ୍କ ବାଦ୍‌ ଆହୁରି ୨୫ ଟପ୍‌ ଆତଙ୍କବାଦୀ ଏହି ଅପରେସନରେ ପ୍ରାଣ ହରାଇଛନ୍ତି।


ଗୁଇନ୍ଦା ସୂଚନା ଅନୁଯାୟୀ, ଆଜିର ଅପରେସନ୍‌ରେ ପ୍ରାଣ ହରାଇଥିବା ଜେଇଏମ୍‌ର ଏହି ସମସ୍ତ ୪୨ ଜଣ ତାଲିମପ୍ରାପ୍ତ ଆତ୍ମଘାତୀ ମାନବ ବୋମାଙ୍କୁ ତାଲିମ୍‌ ପ୍ରଦାନ କରାଯାଇ ସାରିଥିଲା। ଏବଂ ସେମାନଙ୍କୁ ଖୁବ୍‌ଶୀଘ୍ର ଭାରତ ମଧ୍ୟକୁୁ ପଠାଇବା ସହ ସେମାନଙ୍କ ଦ୍ୱାରା ଭାରତରେ ବିଭିନ୍ନ ଆତଙ୍କବାଦୀ ହାମ୍‌ଲା ଘଟାଇବା ଯୋଜନାରେ ରହିଥିଲା ଜେଇଲଏମ୍‌।

ସମ୍ବନ୍ଧିତ ଖବର