ନିଯୁକ୍ତି ସୁଯୋଗ ସୃଷ୍ଟି କ୍ଷେତ୍ରରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି: ସର୍ଭେ

ନୂଆଦିଲ୍ଲୀ: ଦେଶରେ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ସରକାର ଯଥେଷ୍ଟ ପଦକ୍ଷେପ ଗ୍ରହଣ କରୁ ନଥିବା ଅଭିଯୋଗ ହୋଇଛି। ନିକଟରେ କରାଯାଇଥିବା ଏକ ସର୍ଭେରେ ଅଂଶଗ୍ରହଣ କରି ଦେଶର ୪୬ ପ୍ରତିଶତ ଜନତା, ଦେଶରେ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ସରକାର ଯଥେଷ୍ଟ ପଦକ୍ଷେପ ଗ୍ରହଣ କରୁ ନଥିବା ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଦେଶର ଗ୍ରାମାଞ୍ଚଳରେ ସଂପ୍ରତି ବେରୋଜଗାରୀ ୭.୩୮ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହାକି ଗତ ୨୭ ମାସ ମଧ୍ୟରେ ସର୍ବକାଳୀନ ଥିବା କହିଛି ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍‌ ଇକୋନୋମି। ୧୨ ମିଲିୟନ ନିଯୁକ୍ତି ସୁଯୋଗ ପାଇଁ କେନ୍ଦ୍ର ସରକାରଙ୍କର ଘୋଷଣା କେବଳ ମାତ୍ର ଘୋଷଣାରେ ହିଁ ସୀମିତ ହୋଇ ରହିଯାଇଥିବା ଏହି ସର୍ଭେ କାଳରେ ଅଭିଯୋଗ ହୋଇଛି। ଦେଶର ବେରୋଜଗାର ଯୁବକ ଯୁବତୀଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ନ କରିପାରିବା କେନ୍ଦ୍ର ସରକାରଙ୍କର ସବୁଠାରୁ ବଡ଼ ବିଫଳତା ବୋଲି ଦେଶବାସୀ ବିବେଚନା କରୁଥିବା ମଧ୍ୟ ଏହି ସର୍ଭେରୁ ଜାଣିବା ପାଇଁ ମିଳିଛି। ସରକାରଙ୍କର ଏହି ବିଫଳତାକୁ ସବୁଠାରୁ ବଡ଼ ବିଫଳତା ବୋଲି ଦେଶବାସୀ ବିବେଚନା କରୁଥିବା ମଧ୍ୟ ଏହି ସର୍ଭେରୁ ଜାଣିବା ପାଇଁ ମିଳିଛି।

ସମ୍ବନ୍ଧିତ ଖବର