ଦେଶରେ କରୋନା ସଂକ୍ରମଣ‌ ଲାଗି ପ୍ରସ୍ତୁତ ଇଂଜେକସନ୍ ଯୋଗାଣ ଆରମ୍ଭ ହେଲା, ଖୁବ୍‌ ଶୀଘ୍ର ଭୁବନେଶ୍ୱରରେ ବି ପହଞ୍ଚିବ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସଂକ୍ରମଣକୁ ହ୍ରାସ କରିବା ପାଇଁ ବୈଜ୍ଞାନିକମାନେ ଦିନରାତି ଔଷଧ ଖୋଜିବାରେ ଲାଗି ପଡ଼ିଛନ୍ତି।  ଗବେଷକମାନେ ଅକ୍ଳାନ୍ତ ପରିଶ୍ରମ ବି କରୁଛନ୍ତି।  ଏହି କ୍ରମରେ କରୋନା ଜୀବାଣୁକୂ ଶରୀରରୁ ଦୂର କରିବା ପାଇଁ  ପ୍ରସ୍ତୁତ କରାଯାଇଥିବା ଔଷଧକୁ ମହାରାଷ୍ଟ୍ର ଏବଂ ଦିଲ୍ଲୀ ସମେତ ପାଞ୍ଚଟି ରାଜ୍ୟକୁ ପଠାଯାଇଛି। ଭାରତରେ ରେମଡେସଭିର ଇଜେକସନର  ଏକ ଜେନେରିକ୍‌ ସଂସ୍କରଣର ଉତ୍ପାଦନ ଏବଂ ବିକ୍ରୟ ପାଇଁ ଲାଇସେନ୍‌ସ ହାସଲ କରିଛି ହାଇଦ୍ରାବାଦର କମ୍ପାନି ‘ହେଟେରୋ’। ହେଟେରୋ ପକ୍ଷରୁ ପରୀକ୍ଷାମୂଳକ ବ୍ୟବହାର ଲାଗି  ୫ଟି ରାଜ୍ୟଗୁଡିକୁ ୨୦,୦୦୦ ଔଷଧ ବୋତଲ ପଠାଯାଇଛି।

୧୦୦ ମିଲିଗ୍ରାମର ଏହି ଔଷଧର ମୂଲ୍ୟ ୫,୪୦୦ ଟଙ୍କା ରହିଛି। ଆସନ୍ତା ତିନି-ଚାରି ସପ୍ତାହ ମଧ୍ୟରେ ଏକ ଲକ୍ଷ ଔଷଧ ତିଆରି କରିବାର ଲକ୍ଷ୍ୟ ରଖିଛି କମ୍ପାନି। ସମ୍ପ୍ରତି ଏହି ଇନ୍‌ଞ୍ଜେକସନ୍‌ ହାଇଦ୍ରାବାଦରେ କମ୍ପାନିର ଫର୍ମୁଲେସନ୍‌ ଫେସିଲିଟିରେ ପ୍ରସ୍ତୁତ କରାଯାଉଛି। ଔଷଧର ଆକ୍ଟିଭ ଫାର୍ମାସ୍ୟୁଟିକାଲ୍‌ ଇନ୍‌ଗ୍ରିଡିଏଣ୍ଟ (ଏପିଆଇ)ବିଶାଖାପାଟନମ୍‌ର ଏକ ୟୁନିଟ୍‌ରେ ପ୍ରସ୍ତୁତ କରାଯାଉଛି । ପରବର୍ତ୍ତୀ ସମୟରେ ଏହି ଔଷଧକୁ ଭୋପାଳ, ଇନ୍ଦୋର, କୋଲକାତା, ପାଟନା, ଲକ୍ଷ୍ମୌ, ରାଞ୍ଚି, ଭୁବନେଶ୍ୱର, କୋଚି, ବିଜୟୱାଡା, ଗୋଆ ଏବଂ ତ୍ରିଭେନ୍ଦ୍ରମକୁ ପଠାଯିବ। ବର୍ତ୍ତମାନ ଏହି ଔଷଧ କେବଳ ଡାକ୍ତରଖାନା ଏବଂ ସରକାରଙ୍କ ଜରିଆରେ ଉପଲବ୍ଧ ହେଉଛି। କୌଣସି ମେଡିକାଲ ଷ୍ଟୋରରେ ଏହା ଉପଲବ୍ଧ ହେଉନାହିଁ।

Maharashtra, Delhi Among 5 States To Receive First Batch Of COVID ...
JK News Today

କମ୍ପାନିର ପରିଚାଳନା ନିଦ୍ଦେଶକ ଭାମସି କୃଷ୍ଣା ବନ୍ଦୀ କହିଛନ୍ତି ଯେ ଏହି ଔଷଧ କେବଳ ଡାକ୍ତରଖାନା ଏବଂ ସରକାରଙ୍କ ଦ୍ୱାରା ଉପଲବ୍ଧ ହେବ। ଏହା ଖୁଚୁରା ବ୍ୟବସାୟୀଙ୍କ ନିକଟରେ ଉପଲବ୍ଧ ହେବ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ଆମେ ସାରା ଦେଶରେ ରୋଗୀଙ୍କୁ ଶୀଘ୍ର ଏହି ଔଷଧ ଯୋଗାଇ ଦେବାକୁ ନିଶ୍ଚିତ କରୁଛୁ।’

ସମ୍ବନ୍ଧିତ ଖବର