ଆମେରିକା ପାଇଁ ଝଟ୍‌କା: ଗୁଆଣ୍ଟାନାମୋର ବନ୍ଦୀ ଏବେ ତାଲିବାନର ପ୍ରତିରକ୍ଷା ମନ୍ତ୍ରୀ

୧୬ ଆଫଗାନ ଫେରନ୍ତା କରୋନା ସଂକ୍ରମିତ

କାବୁଲ: ତାଲିବାନ ଏବେ ଆଫଗାନିସ୍ତାନରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ କରିଛି। ଅଗଷ୍ଟ ୧ ପରେ ବିଧିବଦ୍ଧ ଭାବେ ସରକାର ଗଠନ ହେବ। ଗତକାଲି, ଅର୍ଥ, ଆଭ୍ୟନ୍ତରୀଣ ଏବଂ ଗୁଇନ୍ଦା ମୁଖ୍ୟଙ୍କୁ ନିଯୁକ୍ତି ଦେଇଥିବା ତାଲିବାନ ଆଜି ଅବଦୁଲ କୟୁମ ଜାକିରଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ଭାବରେ ନିଯୁକ୍ତ କରିଛି। ଅବଦୁଲ ଆମେରିକାର ସବୁଠାରୁ ବିପଜ୍ଜନକ ଗୁଆଣ୍ଟାନାମୋ ଜେଲ୍‌ର ଜଣେ ବନ୍ଦୀ ଥିଲେ। ଏହି ହାର୍ଡକୋର୍‌ ଆତଙ୍କବାଦୀ ୨୦୧୪ରେ ଖଲାସ ହୋଇଥିବା ଜଣାପଡ଼ିଛି। ଅବଦୁଲ କୟୁମ୍‌ ହାତରେ ଏବେ ପ୍ରତିରକ୍ଷା ବିଭାଗ ରହିବା ସମସ୍ତ ପଡ଼ୋଶୀ ରାଷ୍ଟ୍ର ଓ ଭାରତ ପାଇଁ ବିପଦ ବଢ଼ାଇବ ବୋଲି ଆଶଙ୍କା କରାଯାଉଛି।

୧୬ ଆଫଗାନ ଫେରନ୍ତା କରୋନା ସଂକ୍ରମିତ
କାବୁଲ: ମଙ୍ଗଳବାର ଆଫଗାନିସ୍ତାନରୁ ଫେରିଥିବା ୭୮ ନାଗରିକଙ୍କ ମଧ୍ୟରୁ ୧୬ ଜଣ କରୋନା ସଂକ୍ରମିତ ‌ ରହିଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ୩ ଜଣ ଆଫଗାନ ଶିଖ୍‌ ଅଛନ୍ତି। ସଂକ୍ରମିତ ହୋଇଥିବା ସମସ୍ତ ବ୍ୟକ୍ତିଙ୍କଠାରେ କରୋନାର କୌଣସି ଲକ୍ଷଣ ନାହିଁ। ସେମାନଙ୍କୁ ଆଇଟିବିପି କ୍ବାରାଣ୍ଟିନ୍‌ ସେଣ୍ଟରରେ ରଖାଯାଇଛି। ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବାପରେ ସେମାନଙ୍କ କରୋନା ଟେଷ୍ଟ୍‌ କରାଯାଇଥିଲା। ସୋମବାର ଦିନ ଆଫଗାନରୁ ଫେରିଥିବା ୧୪୬ ନାଗରିକଙ୍କ ମଧ୍ୟରୁ ୨ ଜଣ କରୋନା ସଂକ୍ରମିତ ହୋଇଥିଲେ।

ସମ୍ବନ୍ଧିତ ଖବର