ଜିତିଲେ ମନୀଷ ସିସୋଦିଆ, ୨୦୦୦ ଭୋଟରେ ପ୍ରତିଦ୍ବନ୍ଦ୍ବୀଙ୍କୁ ହରାଇଲେ

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ଭୋଟ୍ ଗଣତି  ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୭୦ରୁ ୬୨ଟି ଆସନରେ ଆଗୁଆ ରହିଥିବା ଆମ ଆଦମୀ ପାର୍ଟିକୁ ବିଜୟର ପ୍ରଥମ ସ୍ବାଦ ଚଖାଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ପାର୍ଟିର ପ୍ରଭାବଶାଳୀ ନେତା ମନୀଷ ସିସୋଦିଆ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କଠାରୁ ମାତ୍ର ୨ ହଜାର ଅଧିକ ଭୋଟ ପାଇ ବିଜୟ ଲାଭ କରିଛନ୍ତି ବୋଲି ସୂଚନା ରହିଛି।

ପଟପଡ଼ଗଞ୍ଜ ନିର୍ବାଚନ ମଣ୍ଡଳୀରୁ ମଇଦାନକୁ ଓହ୍ଲାଇଥିବା ସିସୋଦିଆଙ୍କର ତାଙ୍କର ପ୍ରତିଦ୍ବନ୍ଦୀ ବିଜେପିର ରବିନ୍ଦର ସିଂହ ନେଗିଙ୍କ ସହ କଡ଼ା ଟକ୍କର ହୋଇଥିଲା। ଶେଷ ପର୍ଯ୍ୟନ୍ତ ସିସୋଦିଆ ଓ ରବିନ୍ଦରଙ୍କକ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିଥିଲା। ଶେଷରେ ମାତ୍ର ୨ ହଜାର ଭୋଟରେ ସିସୋଦିଆ ବିଜୟ ଲାଭ କରି ଆପ୍‌ର ସ୍ଥିତିକୁ ଆହୁରି ସୁଦୃଢ଼ କରିଛନ୍ତି।

ଆପ୍‌ ପାଇଁ ପଟପଡ଼ଗଞ୍ଜ ଏକ  ସମ୍ମାନଜନକ ଆସନ ଥିଲା।  ୧୯୯୩ ମହିହାରେ ଏହି ଆସନକୁ ବିଜେପି ଜିତିଥିଲା। ତା’ପରଠାରୁ ପତପରଗଞ୍ଜରେ କଂଗ୍ରେସ ରାଜ୍‌ କରି ଆସୁଥିଲା। ମାତ୍ର ୨୦୧୩ ଓ ୨୦୧୫ରେ ଏହି ଆସନକୁ ସିସୋଦିଆ ଜିତିଥିଲେ।

ସମ୍ବନ୍ଧିତ ଖବର