ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ୧୨ ମୃତ, ୫ ଗୁରୁତର

ମୁମ୍ବାଇ: ମହାରାଷ୍ଟ୍ରର ଜଲ୍‌ଗାଓଁ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ହୋଇଯାଇଛି ଏବଂ ଆହୁରି ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଥିଲା। ବଲୁ ନାରାୟଣ ଚୌଧୁରୀ ନାମକ ଜଣେ ବ୍ୟକ୍ତି ତାଙ୍କ ପରିବାର ସଦସ୍ୟଙ୍କ ସହ ଏକ ବିବାହ ଭୋଜିରୁ ଫେରୁଥିବ‌ାବେଳେ ବାଟରେ ତାଙ୍କ ଗାଡ଼ି ଦୁର୍ଘଟଣା‌ଗ୍ରସ୍ତ ହୋଇଥିଲା। ଚୋପ୍ରା-ଫୈଜପୁର ରାସ୍ତାରେ ବିପରୀତ ପାର୍ଶ୍ବରୁ ଏକ ଡମ୍ପର ଟ୍ରକ୍‌ ଆସି ତାଙ୍କ ଏସ୍‌ୟୁଭିକୁ ଧକ୍କା ଦେବା ଫଳରେ ୧୨ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଚୌଧୁରୀ, ତାଙ୍କ ପତ୍ନୀ ଏବଂ ଅନ୍ୟ ୮ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଜଣଙ୍କର ହସ୍ପିଟାଲ୍‌ରେ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ଗୁରୁତର ଅବସ୍ଥାରେ ୫ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧିତ ଖବର