ଅଛେ ଦିନ ଆସିଯାଇଛି ଓ ଦେଶ ବଦଳିଛି: ଜେପି ନଡ୍ଡା

ମୁମ୍ବାଇ: ବିଜେପିର ସ୍ଲୋଗାନ ‘ଅଛେଦିନ ଆନେବାଲେ ହେଁ’ କେତେ ସତ ହୋଇଛି ତାହାର ଆଜି ହିସାବ ଦେଇଛନ୍ତି ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା | ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନଡ୍ଡା କହିଛନ୍ତି ଯେ ଭଲ ଦିନ ଆସିଯାଇଛି ଓ ଦେଶ ବଦଳିଯାଇଛି | ନଡ୍ଡା କହିଛନ୍ତି ଯେ ଆଉ ବୁଝିବାକୁ ବାକି ନାହିଁ ଯେ ଭଲ ଦିନ ଆସିଯାଇଛି | ଏଠାରେ ସୂଚନା ଥାଉ କି ୨୦୧୪ ମସିହାରେ ଲୋକସଭା ନିର୍ବାଚନ ସମୟରେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦୀ ନାରା ଦେଇଥିଲେ ଯେ ଭଲ ଦିନ ଆସିବାର ଅଛି |

ନଡ୍ଡା ନରେନ୍ଦ୍ର ମୋଦୀ ସରକାରଙ୍କ ଉପଲବ୍ଧି ବାବଦରେ କହିଥିଲେ ଯେ ଆର୍ଥିକ କ୍ଷେତ୍ର କଥା କହିବାକୁ ଗଲେ ୧୯୭୪ ମସିହାରୁ ୨୦୧୪ ମସିହା ପର୍ଯ୍ୟନ୍ତ ଦେଶର ବ୍ୟାଙ୍କମାନଙ୍କରେ ମାତ୍ର ୩ କୋଟି ୫୦ ଲକ୍ଷ ବ୍ୟାଙ୍କ ଖାତା ଖୋଲାଯାଇଥିଲା |

କିନ୍ତୁ ୨୦୧୪ରେ ମୋଦୀ ସରକାର ଆସିବା ପରେ ଆଜି ଜନଧନ ଯୋଜନାରେ ୩୬ କୋଟିରୁ ଅଧିକ ଜମାଖାତା ଖୋଲାଯାଇଛି ଯେଉଁଥିରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ଟଙ୍କା ଜମା ହୋଇ ରହିଛି | ସେହିପରି ବିଜେପିର ସଦସ୍ୟ ସଂଖ୍ୟା ବର୍ତ୍ତମାନ ୧୧ କୋଟି ଥିବାବେଳେ ଆହୁରି ନୂଆ ୧୦ କୋଟି ନୂଆ ସଦସ୍ୟ ସଂଗ୍ରହ କରାଯିବାର ଲକ୍ଷ୍ୟ ରଖାଯାଇଛି |

ସମ୍ବନ୍ଧିତ ଖବର