‘ଟାଇମ୍‌’ ମାଗାଜିନର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ସାକ୍ଷୀ ମଲ୍ଲିକ, ଆଲିଆ ଭଟ୍ଟ

ନୂଆଦିଲ୍ଲୀ: ଟାଇମ୍‌ ମାଗାଜିନ ଆଜି ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ କରିଛି। ଏଥିରେ ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲା, ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷ ଅଜୟ ବଙ୍ଗା ଏବଂ ଅଲିମ୍ପିଆନ୍ କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକଙ୍କ ସମେତ ୮ ଜଣ ଭାରତୀୟ ସ୍ଥାନ ପାଇଛନ୍ତି। ଏହି ତାଲିକାରେ ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ, ହଲିଉଡ୍‌ ନିର୍ଦ୍ଦେଶକ ଦେବ ପଟେଲ, ଆମେରିକାର ଶକ୍ତି ବିଭାଗର ଋଣ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଜିଗର ଶାହ, ୟେଲ୍ ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗ ପ୍ରଫେସର ପ୍ରିୟମ୍ବଦା ନଟରାଜନ ମଧ୍ୟ ରହିଛନ୍ତି। କୁସ୍ତିରେ ମହିଳା ଅଲିମ୍ପିକ୍‌ ପଦକ ବିଜେତା ସାକ୍ଷୀ ମହିଳା ରେସ୍‌ଲରଙ୍କ ପ୍ରତି ହୋଇଥିବା ଯୌନ ନର୍ଯାତନା ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ । ଅନ୍ୟପକ୍ଷରେ ଭାରତୀୟ ସିନେମାରେ ଅଭିନୟ କ୍ଷେତ୍ରରେ ଅବଦାନ ପାଇଁ ଆଲିଆ ଭଟ୍ଟ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ସେ ଜଣେ ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ଅଭିନେତ୍ରୀ ବୋଲି ‘ଟାଇମ୍‌’ ଉଲ୍ଲେଖ କରିଛି।

ସମ୍ବନ୍ଧିତ ଖବର