ପଶୁମାନଙ୍କ ଜରିଆରେ କରୋନା ଭାଇରସ୍ ସଂକ୍ରମଣ ହେବାର କୌଣସି ଆଶଙ୍କା ନ ଥାଏ: ମେନକା ଗାନ୍ଧୀ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣରେ ୮୧ରୁ ଅଧିକ ସଂକ୍ରମିତ ହୋଇଥିଲା ବେଳେ ଦୁଇ ଜଣଙ୍କର ମୃତ୍ୟୁ ଘଟିଲାଣି । ଏହି ପରିପ୍ରେକ୍ଷୀରେ ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀ କହିଛନ୍ତି ଯେ ପଶୁମାନଙ୍କ ଜରିଆରେ କରୋନା ଭାଇରସ୍ ସଂକ୍ରମଣ ହେବାର କୌଣସି ଆଶଙ୍କା ନ ଥାଏ। ଏଣୁ ପଶୁମାନଙ୍କୁ ନେଇ ଭୟଭୀତ ହେବା ଅନୁଚିତ।

image source-live hindustan

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ଦିଶା ନିର୍ଦେଶକୁ ନେଇ ପ୍ରାଣୀ ଅଧିକାର କର୍ମୀ ମେନକା ଗାନ୍ଧୀ କହିଛନ୍ତି ଯେ ଏଥିରେ ସ୍ପଷ୍ଟଭାବେ ସୂଚିତ କରାଯାଇଛି ଯେ ପଶୁମାନଙ୍କଠାରୁ କରୋନା ଭାଇରସ୍ ସଂକ୍ରମିତ ହୁଏ ନାହିଁ। କିନ୍ତୁ କେତେକ ସରକାରୀ ସ୍ୱାସ୍ଥ୍ୟବିଭାଗ କର୍ମଚାରୀଙ୍କ ବିରୋଧରେ ତାଙ୍କୁ ଅଭିଯୋଗ ମିଳିଛି । ଅଭିଯୋଗ ହୋଇଛି ଯେ, ଲୋକଙ୍କୁ କୁହାଯାଉଛି ସେମାନେ ପଶୁମାନଙ୍କଠାରୁ ଦୂରରେ ରୁହନ୍ତୁ। ଠିକ୍ ସେହିପରି କେତେକ ବୀମା କଂପାନି ଓ ଘରୋଇ କଂପାନି ବି କରୋନା ନେଇ ଅପପ୍ରଚାର ଚଳାଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ତେବେ ବୁଝିବା ଦରକାର କରୋନା ପଶୁଙ୍କଠାରୁ ବ୍ୟାପୁନାହିଁ । ଏଣୁ ଏଭଳି ମିଛ ଗୁଜବ ସୃଷ୍ଟି ନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

Image Source: India Today

ଅପରପକ୍ଷରେ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କରୋନା ସଂକ୍ରମଣରୁ ରକ୍ଷା ପାଇବା ଲାଗି ଲୋକଙ୍କୁ ହାତ ନ ମିଳାଇ ନମସ୍କାର କରିବାର ପରାମର୍ଶ ଦେଇଛନ୍ତି।
ସୂଚନାଯୋଗ୍ୟ, ଏବେ ସମଗ୍ର ବିଶ୍ୱରେ ଭାଇରସ ଯୋଗୁଁ ୧ ଲକ୍ଷ ୩୫ ହଜାର ଲୋକ ସଂକ୍ରମିତ ଅଛନ୍ତି ଏବଂ ପାଖାପାଖି ୫ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର