ଆଣ୍ଟି-ସାଟେଲାଇଟ ମିସାଇଲ ପରୀକ୍ଷା ପାଇଁ ମୋଦି ସରକାର ୨ ବର୍ଷ ତଳେ ଅନୁମତି ଦେଇଥିଲେ : ଡିଆରଡିଓ ମୁଖ୍ୟ

ନୂଆଦିଲ୍ଲୀ : ଆଜି ମହାକାଶରେ ନିଜର କ୍ଷମତା ପ୍ରଦର୍ଶନ କରିଛି । ଆଣ୍ଟି-ସାଟେଲାଇଟ ମିସାଇଲ ମାଡ କରି ପୃଥିବୀର ନିମ୍ନ କକ୍ଷପଥରେ ଥିବା ଏକ ସାଟେଲାଇଟକୁ ଧ୍ୱଂସ କରାଯାଇଛି । ଏହି ପରୀକ୍ଷାପରେ ଭାରତ ଏହି ଟେକନଲୋଜୀ ରଖିଥିବା ବିଶ୍ୱର ୪ର୍ଥ ଦେଶ ପାଲଟିଛି । ପୂର୍ବରୁ ଆମେରିକା, ଋଷିଆ ଓ ଚୀନ ପାଖରେ ଏହି ଟେକନଲୋଜୀ ଥିଲା ।

ଆଜିର ଏହି ପରୀକ୍ଷଣ ସଂପର୍କରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଡିଆରଡିଓ ମୁଖ୍ୟ ଜି.ସତୀଶ ରେଡ୍ଡୀ । ସେ କହିଛନ୍ତି ଯେ ଏହି ପରୀକ୍ଷା କରିବା ପାଇଁ ସରକାର ଗତ ୨ ବର୍ଷ ତଳେ ଅନୁମତି ଦେଇଥିଲେ । ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ଏହି ମିସାଇଲକୁ ପ୍ରସ୍ତୁତ କରାଯାଇଛି ବୋଲି ସେ କହିଛନ୍ତି ।

ଏହା ପୂର୍ବରୁ ପୂର୍ବତନ ଡିଆରଡିଓ ମୁଖ୍ୟ ଭିକେ ସାରସ୍ୱତ କହିଥିଲେ ଯେ ଭାରତ ୨୦୧୨ ବେଳକୁ ହିଁ ଏହି ଟେକନଲୋଜୀ ହାସଲ କରିସାରିଥିଲା । କିନ୍ତୁ ଏହାର ପରୀକ୍ଷା କରିବା ପାଇଁ ତତକାଳୀନ ସରକାର ଅନୁମତି ଦେଇନଥିଲେ । ଭାରତ ଯଦି ଏପରି ପରୀକ୍ଷା କରେ ତେବେ ପାଶ୍ଚାତ୍ୟ ଦେଶ ଭାରତ ବିରୋଧରେ କଟକଣା ଲଗାଇପାରନ୍ତି ବୋଲି ସେତେବେଳେ ଭାରତ ସରକାର ଆଶଙ୍କା କରୁଥିଲେ ।

ସମ୍ବନ୍ଧିତ ଖବର