ୟୁପିରେ ମୁସ୍‌ଲିମ ବ୍ୟକ୍ତିଙ୍କୁ ଆକ୍ରମଣ

ରାସ୍ତାରେ ଚଲାଇ ‘ଜୟ ଶ୍ରୀରାମ’ କହିବାକୁ ବାଧ୍ୟ କରାଗଲା

ଲକ୍ଷ୍ନୌ: ଉତ୍ତରପ୍ରଦେଶର କାନପୁରରେ ଜଣେ ୪୫ ବର୍ଷୀୟ ମୁସ୍‌ଲିମ ଅଟୋ ଚାଳକଙ୍କୁ ଗତକାଲି କେତେକ ଉଗ୍ର ଧର୍ମାନ୍ଧ ବ୍ୟକ୍ତି ଆକ୍ରମଣ କରିବା ସହ ରାସ୍ତାରେ ଚଲାଇ ଚଲାଇ ନେବା ସହ ‘ଜୟ ଶ୍ରୀରାମ’ କହିବାକୁ ବାଧ୍ୟ କରିଥିବା ଜଣାପଡ଼ିଛି। ଏପରିକି ପୁଲିସ ଉପସ୍ଥିତିରେ ମଧ୍ୟ ସଂପୃକ୍ତ ବ୍ୟକ୍ତିଙ୍କୁ ଆକ୍ରମଣକାରୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଲୋକଙ୍କ ଆକ୍ରମଣରୁ ପିତାଙ୍କୁ ରକ୍ଷା କରିବା ପାଇଁ ସଂପୃକ୍ତ ବ୍ୟକ୍ତିଙ୍କ ଝିଅ ଆକୁଳ ନିବେଦନ କରିଥିଲେ ମଧ୍ୟ କେହି ଏଥିପ୍ରତି କର୍ଣ୍ଣପାତ କରିନଥିଲେ । ଆଜି ଏ ସଂକ୍ରାନ୍ତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୁଲିସ ଏହି ମାମଲାରେ ୧୨ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ଆକ୍ରମଣର ଶିକାର ହୋଇଥିବା ଅଟୋ ଚାଳକଙ୍କ ସହ ତାଙ୍କ ପଡ଼ୋଶୀ ହିନ୍ଦୁ ପରିବାରର କେତେକ ମାମଲାକୁ ନେଇ ଝଗଡ଼ା ହୋଇଥିଲା। ଏହାପରେ ସଂପୃକ୍ତ ପଡ଼ୋଶୀଙ୍କ ପ୍ରରୋଚନାରେ ସ୍ଥାନୀୟ ଏକ ସଂଗଠନର କର୍ମୀମାନେଏଭଳି କାଣ୍ଡ ଘଟାଇଥିବା ଏତଲାରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର