କୋଭିଡ୍-୧୯ରୁ ଆରୋଗ୍ୟ ଲାଗି ଔଷଧ ପାଇଥିବା ଦାବି କରି ‘ପିଆଇଏଲ୍‌’ ଫାଇଲ୍‌ କରିଥିବା ଆୟୁବେର୍ଦ ଡାକ୍ତରଙ୍କୁ ୧୦ ହଜାର ଟଙ୍କା ଜରିମା‌ନା କଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: କୋଭିଡ୍-୧୯ରୁ ଆରୋଗ୍ୟ ହେବାକୁ ସେ ଔଷଧ ପ୍ରସ୍ତୁତ କରିଛନ୍ତି ଏବଂ ସରକାର ଏହାକୁ ଦେଶବ୍ୟାପୀ ବ୍ୟବହାର କରାଇବା ଉଚିତ ବୋଲି ଦାବି କରି ଜନସ୍ବାର୍ଥ ମାମଲା ଦାଏର୍‌ କରିଥିବା ଜଣେ ଆୟୁର୍ବେଦିକ ଚିକିତ୍ସକଙ୍କ ଉପରେ ସୁପ୍ରିମ୍ କୋର୍ଟ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଏହାଛଡ଼ା, ତାଙ୍କ ଆବେଦନ ମଧ୍ୟ ଖାରଜ ହୋଇଛି।

ଓଁପ୍ରକାଶ ବେଦ ଜ୍ଞାନତରା ନାମକ ହରିୟାଣାବାସୀ ସେ ଆୟୁର୍ବେଦ ଚିକିତ୍ସକ ଜନସ୍ବାର୍ଥ ମାମଲାରେ ଦାବି କରିଥିଲେ ଯେ, ବିଶ୍ବବ୍ୟାପୀୟ ପ୍ରାୟ ୮ଲକ୍ଷ ଲୋକଙ୍କ ପ୍ରାଣନାଶ କରିଥିବା ମାରାତ୍ମକ କରୋନାଭାଇରସ୍ ଭଲ କରିବାକୁ ସେ ଔଷଧ ଆବିଷ୍କାର କରିଛନ୍ତି। ବିଚାରପତି ସଞ୍ଜୟ କାଉଲ୍‌ଙ୍କ ନେତୃତ୍ବାଧୀନ ସୁପ୍ରିମ୍ କୋର୍ଟଙ୍କ ଖଣ୍ଡପୀଠ ଆଜି ଶୁଣାଣି କରି ଅଦାଲତରେ ଏ ଭଳି ବିଚିତ୍ର ଏହି ଜନସ୍ବାର୍ଥ ମାମଲା ଦାଏର୍ ବିରୋଧରେ ସର୍ବସାଧାରଣଙ୍କୁ ଏକ ବାର୍ତ୍ତା ଦେଲାଭଳି ପଦକ୍ଷେପ ନେଇଛନ୍ତି। ଏଥିରେ ଥିବା ଅନ୍ୟ ବିଚାରପତିମାନେ ହେଉଛନ୍ତି ଅଜୟ ରସ୍ତୋଗି ଏବଂ ଅନିରୁଦ୍ଧ ବୋଷ।

Image Courtesy of News18

ଖଣ୍ଡପୀଠ କହିଛନ୍ତି ଯେ, ଜ୍ଞାନତରାଙ୍କର ଜନସ୍ବାର୍ଥ ମାମଲା ସମ୍ପୂର୍ଣ୍ଣ ବିଭ୍ରାନ୍ତିକର। ଏଭଳି ଘଡ଼ିସନ୍ଧି ସମୟରେ ଏମିତିକା ମାମଲା ନେଇ ଲୋକେ ଅଦାଲତକୁ ଆସି ନ୍ୟାୟିକ ସମୟ ଅପଚୟ କରିବା ଅନୁଚିତ।

ଓଁପ୍ରକାଶ ଆୟୁର୍ବେଦ, ଭଷେଜ ଓ ଅସ୍ତ୍ରୋପଚାରରେ ସ୍ନାତକ ଡିଗ୍ରି ହାସଲ କରି ଏବେ ଚିକିତ୍ସା କରୁଛନ୍ତି।

 

 

ସମ୍ବନ୍ଧିତ ଖବର