କରୋନା ପାଇଁ ଅଧିକ ଭୂତାଣୁ ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା କରାଯାଉ: ଭର୍ତ୍ତୃହରି

ନୂଆଦିଲ୍ଲୀ : କରୋନା ପାଇଁ ଦେଶରେ ଅଧିକ ସଂଖ୍ୟକ ଭୂତାଣୁ କେନ୍ଦ୍ର ପ୍ରତିଷ୍ଠା ପାଇଁ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଦାବି କରିଛନ୍ତି।

ଗତକାଲି ଲୋକସଭାର ଶୂନ୍ୟକାଳରେ ଉପରୋକ୍ତ ଦାବି ଉତ୍‌ଥାପନ କରି ସାଂସଦ ଶ୍ରୀ ମହତାବ କହିଥିଲେ ଯେ, ବର୍ତ୍ତମାନ ଦେଶରେ କୋଲକାତା ଓ ପୁନେରେ ପରୀକ୍ଷଣ କେନ୍ଦ୍ର ରହିଛି। ପରୀକ୍ଷଣ ପାଇଁ ଭୁବନେଶ୍ବର ଆଞ୍ଚଳିକ ମେଡିକାଲ ଗବେଷଣା କେନ୍ଦ୍ର ରହିଛି। ତେବେ, ଦେଶରେ ବହୁ ସଂଖ୍ୟକ ଏମ୍ସ ସ୍ଥାପନ ହୋଇଥିବାରୁ ସେଠାରେ ମଧ୍ୟ ପରୀକ୍ଷଣର ବ୍ୟବସ୍ଥା ପାଇଁ ପ୍ରୟାସ କରାଯାଇପାରିବ ବୋଲି ସେ କହିଥିଲେ। ସେହିଭଳି, କରୋନା ଭାଇରସ ସମ୍ପର୍କରେ ଗୃହରେ ମତ ରଖି ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର ସଂସଦ ପରିସରରେ ଥର୍ମାଲ ଇମେଜିଂ କ୍ୟାମେରା ସ୍ଥାପନ କରିବା ପାଇଁ କହିଥିଲେ।

ସମ୍ବନ୍ଧିତ ଖବର