ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାୟପୁରରେ ଜରୁରୀ ଅବତରଣ କଲା ଭୁବନେଶ୍ୱର-ମୁମ୍ବାଇ ଏୟାର ଇଣ୍ଡିଆ ବିମାନ, ସମସ୍ତ ୮୯ ଯାତ୍ରୀ ସୁରକ୍ଷିତ

ଭୁବନେଶ୍ୱର: ଏୟାର ଇଣ୍ଡିଆର ବିମାନ ‘ଏଆଇସି୬୭୦’ ଶୁକ୍ରବାର ସନ୍ଧ୍ୟାରେ ଜରୁରୀ ଅବତରଣ କରିଛି। ଭୁବନେଶ୍ୱରରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ବିମାନର ଏକ ଇଞ୍ଜିନରେ ହଠାତ୍‌ ସମସ୍ୟା ଦେଖାଯିବାରୁ ରାୟପୁରସ୍ଥିତ ସ୍ୱାମୀ ବିବେକାନନ୍ଦ ବିମାନବନ୍ଦରରେ ଆଜି ସନ୍ଧ୍ୟା ୫ଟା ୫୭ରେ ଅବତରଣ କରିବାକୁ ପଡ଼ିଛି। ବିମାନରେ ଥିବା ସମସ୍ତ ୮୯ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି।

Holidify

ଏୟାର ଇଣ୍ଡିଆର ଏୟାର ବସ ‘ଏ୩୨୧’ ବିମାନ ଆଜି ସନ୍ଧ୍ୟା ୫ଟା ୭ ମିନିଟରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟାନୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଉଡ଼ିଥିଲା। ମାତ୍ର ମୁମ୍ବାଇରେ ପହଂଚିବା ପୂର୍ବରୁ ମଧ୍ୟ ଆକାଶରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା। ଦୁଇଟି ଇଞ୍ଜିନ ଥିବା ଏହି ବିମାନର ଗୋଟିଏ ଇଞ୍ଜିନରେ ସମସ୍ୟା ହେବା ବାବଦରେ ପାଇଲଟ ସୂଚନା ପାଇଥିଲେ। ଏହା ପରେ ବିମାନକୁ ରାୟପୁରସ୍ଥିତ ସ୍ୱାମୀ ବିବେକାନନ୍ଦ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ନିଷ୍ପତ୍ତି କରାଯାଇଥିଲା। ବିମାନର ଗୋଟିଏ ଇଞ୍ଜିନ କେଉଁକାରଣରୁ କାମ କଲା ନାହିଁ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

ସମ୍ବନ୍ଧିତ ଖବର