ଆସିଆନ ସମ୍ମିଳନୀ ଉଦ୍‌ବୋଧନରେ ବାଇଡେନଙ୍କ ତ୍ରୁଟି: ଆୟୋଜକ କାମ୍ବୋଡ଼ିଆ ବଦଳରେ କଲମ୍ବିଆକୁ ଧନ୍ୟବାଦ ଦେଲେ

ୱାସିଂଟନ : କାମ୍ବୋଡ଼ିଆଠାରେ ଆୟୋଜିତ ଆସିଆନ ସମ୍ମିଳନୀରେ ଯୋଗ ଦେଇ ଶନିବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସମ୍ମିଳନୀର ଆୟୋଜକ କମ୍ବୋଡ଼ିଆ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। କିନ୍ତୁ ରାଷ୍ଟ୍ରପତି ବାଇଡେନ ନମ୍‌ପେନ୍‌ଠାରେ ପ୍ରଧାନମନ୍ତ୍ରୀ ହୁନ ସେନଙ୍କୁ ପ୍ରଶଂସା କରିବାକୁ ଯାଇ ତାଙ୍କୁ କାମ୍ବୋଡ଼ିଆ ପ୍ରଧାନମନ୍ତ୍ରୀ ଜାଗାରେ କଲମ୍ବିଆ ପ୍ରଧାନମନ୍ତ୍ରୀ ବୋଲି କହି ଧନ୍ୟବାଦ ଦେଇଥିଲେ।

କିଛିଦିନ ତଳେ ବାଇଡେନ ବ୍ରିଟେନର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ବଧେଇ ଜଣାଇବା ଅବସରରେ ତାଙ୍କୁ ଋଷି ସୁନକ ବଦଳରେ ରସିଦ ସୁନକ ବୋଲି କହି ଉପହସିତ ହୋଇଥିଲେ। ବୟାସାଧିକ କାରଣରୁ ବାଇଡେନ ଏଭଳି ଭୁଲ୍‌ଭଟକା ବାରମ୍ବାର କରିଚାଲିଛନ୍ତି ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି ।

ସମ୍ବନ୍ଧିତ ଖବର