ସାଇବର ଆକ୍ରମଣର ମୁକାବିଲା ପାଇଁ ଭାରତ ଗଢିବ ନୂଆ ସାଇବର କମାଣ୍ଡ

ନୂଆଦିଲ୍ଲୀ : ଆଧୁନିକ ଯୁଗରେ ଯୁଦ୍ଧ କେବଳ ଗୁଳି, ବନ୍ଧୁକ ଓ ଟ୍ୟାଙ୍କକୁ ନେଇ ଲଢାଯାଉନାହିଁ । କମ୍ପ୍ୟୁଟର କି ବୋର୍ଡ ଓ ଇଣ୍ଟରନେଟ ଆଧୁନିକ ଯୁଦ୍ଧକୌଶଳର ଏକ ବଡ଼ ଅସ୍ତ୍ର ପାଲଟିଛି । ସାଇବର ଆକ୍ରମଣ ସମଗ୍ର ବିଶ୍ୱ ଆଗରେ ଏକ ବଡ଼ ବିପଦ ଭାବେ ଦେଖାଦେଇଛି । ତାମିଲନାଡୁର କୁଦାନକୁଲମ ଆଣବିକ କେନ୍ଦ୍ର ଉପରେ ସାଇବର ଆକ୍ରମଣ ପରେ ଭାରତର ଚିନ୍ତା ବଢିଯାଇଛି । ଏହାକୁ ଦୃଷ୍ଟିରେ ରଖି ସରକାର କେତେକ ପଦକ୍ଷେପ ନେବାକୁ ବିଚାର କରୁଛନ୍ତି ।

ଏହା ମଧ୍ୟରେ ରହିଛି ସବୁପ୍ରକାରର ସାଇବର ଆକ୍ରମଣର ମୁକାବିଲା ପାଇଁ ଏକ ଶୀର୍ଷ ଏଜେନ୍ସି ଗଠନ । ଏହି ପ୍ରସ୍ତାବିତ ସାଇବର କମାଣ୍ଡ ଅଧିନରେ ଏବେ ଥିବା ବିଭିନ୍ନ ଏଜେନ୍ସିଗୁଡ଼ିକୁ ଅଣାଯିବ । ବର୍ତ୍ତମାନ ପ୍ରତିରକ୍ଷା ମନ୍ତ୍ରାଳୟ, ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ, ଗୃହମନ୍ତ୍ରାଳୟ, ନ୍ୟାସନାଲ ସିକ୍ୟୁରିଟି କାଉନସିଲ ସେକ୍ରେଟାରିଏଟ ଆଦିର ଅଲଗା ଅଲଗା ସାଇବର ସିକ୍ୟୁରିଟି ସେଲ ରହିଛି ।
ଗତ ସେପ୍ଟେମ୍ବର ମାସରେ ଭାରତର ସର୍ବବୃହତ୍ ପରମାଣୁ କେନ୍ଦ୍ର ତଥା ତାମିଲନାଡ଼ୁର କୁଦାନକୁଲମ ପରମାଣୁ ଶକ୍ତି କେନ୍ଦ୍ରରେ ସାଇବର ଆକ୍ରମଣ ହୋଇଥିବା ଚଳିତ ମାସରେ ଜଣାପଡିଥିଲା । ଏନ୍ପିସିଆଇଏଲ୍ ( ଭାରତର ପରମାଣୁ ଶକ୍ତି ନିଗମ) ସ୍ବୀକାର କରିଥିଲା ଯେ ତାମିଲନାଡ଼ୁର କୁଦାନକୁଲମ ପରମାଣୁ କେନ୍ଦ୍ରରେ ଥିବା ଏନ୍ପିସିଆଇଏଲ୍ ସିଷ୍ଟମ୍ରେ ମାଲ୍ୱେର୍ ଆକ୍ରମଣ ହୋଇଛି।

ସମ୍ବନ୍ଧିତ ଖବର