ବାରମ୍ବାର କଥାବାର୍ତ୍ତା ସତ୍ତ୍ୱେ ପଛକୁ ହଟୁନି ଚୀନ ସେନା

ନୂଆଦିଲ୍ଲୀ : ଭାରତ ଚୀନ ମଧ୍ୟରେ ଦଫା କଥାବାର୍ତ୍ତା ଶେଷ ହୋଇସାରିଥିବା ସତ୍ତ୍ୱେ ସୀମାରୁ ଚୀନ ସୈନ୍ୟଙ୍କ ପ୍ରତ୍ୟାବର୍ତ୍ତନ ନେଇ ସନ୍ତୋଷଜନକ ଅଗ୍ରଗତି ଘଟୁନାହିଁ ଗୋଟିଏ ପଟେ ଚୀନ କହୁଛି ଯେ ଚୀନ ସେନା ସଂପୂର୍ଣ୍ଣ ଭାବେ ବିବାଦୀୟ ଅଞ୍ଚଳରୁ ହଟିଯାଇଛି କିନ୍ତୁ ଭାରତ କହୁଛି ଯେ ଚୀନ ସେନା ଏବେ ବି କେତେକ ବିବାଦୀୟ ଅଞ୍ଚଳରେ ରହିଛି ଏହା ଫଳରେ ଦୁଇ ଦେଶ ମଧ୍ୟରେ ଏହି ସମସ୍ୟା ଏକ ଦୀର୍ଘ ସମୟ ଧରି ଚାଲିବା ଆଶଙ୍କା ଦେଖାଦେଇଛି ଏପରିକି ଆଗାମୀ ଶୀତଋତୁରେ ମଧ୍ୟ ସେଠାରେ ରହିବାକୁ ଭାରତୀୟ ସେନା ପ୍ରସ୍ତୁତି ଆରମ୍ଭ କରିଦେଇଛି

ଗତକାଲି ଚୀନ ବୈଦେଶିକ ମନ୍ତ୍ରାଳୟର ପକ୍ଷରୁ କୁହାଯାଇଥିଲା ଯେ ସୀମାରେ ସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି ଉତ୍ତେଜନା ନାହିଁ ଦୁଇଦେଶର ସେନା ବିବାଦୀୟ କ୍ଷେତ୍ରଗୁଡ଼ିକରୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାବର୍ତ୍ତନ କରିସାରିଛନ୍ତି ସେ କହିଥିଲେ ଯେ ଖୁବଶୀଘ୍ର ଦୁଇଦେଶର ମିଲିଟାରୀ କମାଣ୍ଡରସ୍ତରୀୟ ୫ମ ଦଫା କଥାବାର୍ତ୍ତା ଅନୁଷ୍ଠିତ ହେବ

ଚୀନ ଭାରତ ସେନା କେତୋଟି ବିବାଦୀୟ କ୍ଷେତ୍ରରୁ ପଛକୁ ହଟିଥିଲେ ମଧ୍ୟ ପେଙ୍ଗୟାଙ୍ଗ ସୋ ଅଞ୍ଚଳରେ ଏବେ ବି ରହିଛି କେତେକ ରିପୋର୍ଟ ଅନୁସାରେ ଚୀନ ସେନା ଅନ୍ୟ କେତେକ ଅଞ୍ଚଳରେ ହଜାର ହଜାର ଯବାନ ମୁତୟନ କରିଛି ଏହା ସହିତ ଅସ୍ତ୍ରଶସ୍ତ୍ର ମୁତୟନ କରିଛି ଏହାର ଜବାବରେ ଭାରତୀୟ ସେନା ଲଦାଖରେ ପ୍ରାୟ ୩୫ ହଜାର ସେନା ମୁତୟନ କରିଛି ଏହା ସହିତ ଟ୍ୟାଙ୍କ ଲଢୁଆ ବିମାନ ମଧ୍ୟ ମୁତୟନ କରିଛି

ସମ୍ବନ୍ଧିତ ଖବର