ଭାରତରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ଦେଢ଼ ଲକ୍ଷ ଟପିଲା; ଗତ ୨୪ ଘଣ୍ଟାରେ ସଂକ୍ରମଣ ସଂଖ୍ୟା ୬, ୩୮୭

ନୂଆଦିଲ୍ଲୀ: ମେ ୨୭ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୧୫୧୭୬୭ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୬୪୪୨୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୪୩୩୭ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

Image Source: Hindustan Times

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୫୭ ଜଣ, ଆସାମରେ ୪ ଜଣ, ବିହାରରେ ୧୩ ଜଣ, ଚଣ୍ଡିଗଡ଼ରେ ୪ ଜଣ, ଦିଲ୍ଲୀରେ ୨୮୮ ଜଣ, ଗୁଜରାଟରେ ୯୧୫ ଜଣ, ହରିୟାଣାରେ ୧୭ ଜଣ, ହିମାଚଳ ପ୍ରଦେଶରେ ୫ ଜଣ, ଜମ୍ମୁ ଓ କଶ୍ମୀରରେ ୨୪ ଜଣ, ଝାଡ଼ଖଣ୍ଡରେ ୪ ଜଣ, କର୍ଣ୍ଣାଟକରେ ୪୪ ଜଣ, କେରଳରେ ୬ ଜଣ, ମଧ୍ୟପ୍ରଦେଶରେ ୩୦୫ ଜଣ, ମହାରାଷ୍ଟ୍ରରେ ୧୭୯୨ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୭ ଜଣ, ପଞ୍ଜାବରେ ୪୦ ଜଣ, ରାଜସ୍ଥାନରେ ୧୭୦ ଜଣ, ତାମିଲନାଡୁରେ ୧୨୭ ଜଣ, ତେଲେଙ୍ଗାନାରେ ୫୭ ଜଣ, ଉତ୍ତରାଖଣ୍ଡରେ ୪ ଜଣ, ଉତ୍ତରପ୍ରଦେଶରେ ୧୭୦ ଜଣ ଏବଂ ପଶ୍ଚମବଙ୍ଗରେ ୨୮୩ ଜଣ ।

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୩୧୭୧), ଅରୁଣାଚଳ ପ୍ରଦେଶ (୨), ଆସାମ (୬୧୬), ବିହାର (୨୯୮୩), ଚଣ୍ଡିଗଡ଼ (୨୬୬), ଛତିଶଗଡ଼ (୩୬୧), ଦାଦର ନଗର ହାୱେଲି (୨) ଜଣ, ଦିଲ୍ଲୀ (୧୪୪୬୫), ଗୋଆ (୬୬), ଗୁଜରାଟ (୧୪୮୨୧), ହରିୟାଣା (୧୩୦୫), ହିମାଚଳ ପ୍ରଦେଶ (୨୪୭), ଜମ୍ମୁ ଓ କଶ୍ମୀର (୧୭୫୯), ଝାଡ଼ଖଣ୍ଡ (୪୨୬) କର୍ଣ୍ଣାଟକ (୨୨୮୩), କେରଳ (୯୬୩), ଲଦାଖ (୫୩), ମଧ୍ୟପ୍ରଦେଶ (୭୦୨୪), ମହାରାଷ୍ଟ୍ର (୫୪୭୫୮), ମଣିପୁର (୩୯), ମେଘାଳୟ (୧୫), ମିଜୋରାମ (୧), ନାଗାଲାଣ୍ଡ (୪),  ଓଡ଼ିଶା (୧୫୧୭), ପୁଦ୍ଦୁଚେରୀ (୪୬), ପଞ୍ଜାବ (୨୧୦୬), ରାଜସ୍ଥାନ (୭୫୩୬), ସିକିମ୍ (୧), ତାମିଲନାଡୁ (୧୭୭୨୮), ତେଲେଙ୍ଗାନା (୧୯୯୧), ତ୍ରିପୁରା (୨୦୭), ଉତ୍ତରାଖଣ୍ଡ (୪୦୧), ଉତ୍ତରପ୍ରଦେଶ (୬୫୪୮) ଓ ପଶ୍ଚିମବଙ୍ଗ (୪୦୧୩) ।

Image Source: Hindustan Times

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୨୦୦୯), ଅରୁଣାଚଳ ପ୍ରଦେଶ (୧), ଆସାମ (୬୨), ବିହାର (୯୦୦), ଚଣ୍ଡିଗଡ଼ (୧୮୭), ଛତିଶଗଡ଼ (୭୯), ଦିଲ୍ଲୀ (୭୨୨୩), ଗୋଆ (୨୮), ଗୁଜରାଟ (୭୧୩୯), ହରିୟାଣା (୮୨୪), ହିମାଚଳ ପ୍ରଦେଶ (୬୭), ଜମ୍ମୁ ଓ କଶ୍ମୀର (୮୩୩), ଝାଡ଼ଖଣ୍ଡ (୧୭୫), କର୍ଣ୍ଣାଟକ (୭୪୮), କେରଳ (୫୪୨), ଲଦାଖ (୪୩), ମଧ୍ୟପ୍ରଦେଶ (୩୬୮୯), ମହାରାଷ୍ଟ୍ର (୧୬୯୫୪), ମଣିପୁର (୪), ମେଘାଳୟ (୧୨), ମିଜୋରାମ (୧) ଓଡ଼ିଶା (୭୩୩), ପୁଦ୍ଦୁଚେରୀ (୧୨), ପଞ୍ଜାବ (୧୯୧୮), ରାଜସ୍ଥାନ (୪୧୭୧), ତାମିଲନାଡୁ (୯୩୪୨), ତେଲେଙ୍ଗାନା (୧୨୮୪), ତ୍ରିପୁରା (୧୬୫), ଉତ୍ତରାଖଣ୍ଡ (୬୪), ଉତ୍ତରପ୍ରଦେଶ (୩୬୯୮) ଓ ପଶ୍ଚିମବଙ୍ଗ (୧୪୮୬) ।

 

ସମ୍ବନ୍ଧିତ ଖବର