ପଶ୍ଚିମବଙ୍ଗରେ କୋଭିଡ୍ ମୁକାବିଲା ଢ଼ିଲା ! ଡାକ୍ତରଖାନାଗୁଡ଼ିକରେ ତ୍ରୁଟି, ସଙ୍ଗରୋଧ କେନ୍ଦ୍ରରେ ସମସ୍ୟା ବିଷୟରେ ଜଣାଇଲା କେନ୍ଦ୍ରୀୟ ଟିମ୍

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରୁ ଲୁଚି ଓଡିଶା ଆସିଥିବା ଶ୍ରମିକ ଶ୍ରେଣୀର ଲୋକମାନେ ଏବେ ଦିନକୁ ଦିନ କରୋନା ଆକ୍ରାନ୍ତ ହେଉଥିବା ବେଳେ ଏହା ଓଡିଶା ସରକାରଙ୍କ ଚିନ୍ତା ବଢ଼ାଇଛି | ସେମାନଙ୍କୁ ଟ୍ରାକ କରିବା ପାଇଁ ଏବେ ଓଡିଶା ସରକାର ପଶ୍ଚିମବଙ୍ଗ ଫେରାନ୍ତଙ୍କ ଫୋନର ଲୋକେସନ ଟ୍ରାକ କରିବା ଆରମ୍ଭ କରିଛନ୍ତି | ତେବେ ଏ ସବୁ ମଧ୍ୟରେ ପଶ୍ଚିମବଙ୍ଗ ସରକାର କରୋନା ସମ୍ପର୍କିତ ତଥ୍ୟ ଲୁଚାଉଥିବା ନେଇ ଅଭିଯୋଗ ହେଉଥିବା ବେଳେ ଅନ୍ତ-ମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଦଳ (ଆଇଏମସିଟି) ଶନିବାର ଆଉ ଏକ ଅଭିଯୋଗ କରିଛନ୍ତି | ଆଇଏମସିଟି ପଶ୍ଚିମବଙ୍ଗର ମୁଖ୍ୟ ସଚିବଙ୍କୁ ଏକ ଚିଠି ଲେଖି ରାଜ୍ୟ ସରକାରଙ୍କ ସହଯୋଗର ଅଭାବ ଏବଂ ସହର ଗସ୍ତ ସମୟରେ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦିଆଯାଇ ନାହିଁ ବୋଲି ଅଭିଯୋଗ କରିଛି। କେନ୍ଦ୍ରୀୟ ଦଳ ମଧ୍ୟ ରାଜ୍ୟରେ ଥିବା ଡୁମୁରଜୁଲା ସଙ୍ଗରୋଧ କେନ୍ଦ୍ରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।

ବରିଷ୍ଠ ପ୍ରଶାସନିକ ଅଧିକାରୀ ଅପୂର୍ବ ଚନ୍ଦ୍ରଙ୍କ ନେତୃତ୍ୱରେ ଅନ୍ତ-ମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଦଳ (ଆଇଏମସିଟି) ମୁଖ୍ୟ ଶାସନ ସଚିବ ରାଜୀବ ସିହ୍ନାଙ୍କୁ ଲେଖିଥିବା ଏକ ପତ୍ରରେ କହିଛନ୍ତି ଯେ, କ୍ଷେତ୍ର ପରିଦର୍ଶନ ପାଇଁ ପଶ୍ଚିମବଙ୍ଗ ସରକାର ଆଇଏମସିଟିକୁ ସହଯୋଗ କରିବାରେ ସମୟ ଅପଚୟ କଲେ  ଏବଂ ଏହା ଗୃହ ମନ୍ତ୍ରଣାଳୟର ଚିଠିର ସିଧାସଳଖ ଉଲ୍ଲଂଘନ ବୋଲି ଲେଖିଛନ୍ତି। ”

Justice system lets women down
Livemint

ଚିଠିରେ ଲେଖାଯାଇଛି କି, ଶୁକ୍ରବାର ଦିନ ଆଇଏମସିଟି ଦଳ ଯାଞ୍ଚ ପାଇଁ ହାୱଡା ଜିଲ୍ଲାର ଡୁମୁରଜାଲା ଷ୍ଟାଡିୟମସ୍ଥିତ ଏକ ସଙ୍ଗରୋଧ କେନ୍ଦ୍ର, ସଞ୍ଜୀବନ୍ ହସ୍ପିଟାଲ୍ ଏବଂ ଅନ୍ୟାନ୍ୟ ରେଡ୍ ଜୋନ୍ ଅଞ୍ଚଳ ପରିଦର୍ଶନ କରି କୋଲକାତା ଫେରିଥିଲେ। ଯାଞ୍ଚ ପରେ ୧୧୮ କ୍ଷମତା ବିଶିଷ୍ଟ ଡୁମୁରଜାଲା ସଙ୍ଗରୋଧ କେନ୍ଦ୍ରରେ ବର୍ତ୍ତମାନ ୮୦ଜଣ ଅନ୍ତେବାସୀ ଅଛନ୍ତି। ଅନ୍ତେବାସୀଙ୍କୁ କେନ୍ଦ୍ରରେ ୭ଦିନ ରହିବା ପରେ ନମୁନା ପରୀକ୍ଷା ପାଇଁ ନିଆଯାଉଛି । ଅନ୍ତେବାସୀଙ୍କୁ ସଙ୍ଗରୋଧ କେନ୍ଦ୍ରରୁ ପରୀକ୍ଷା ପାଇଁ ନେବାକୁ ଭଙ୍ଗା ଗାଡିର ବ୍ୟବହାର କରାଯାଉଛି | ଏହି ଯାତ୍ରା ସମୟରେ ସାମାଜିକ ଦୂରତାର ସମ୍ପୂର୍ଣ୍ଣ ଉଲ୍ଲଂଘନ ହୋଇଥିବା ଚିଠିରେ ଲେଖିଛି ଆଇଏମସିଟି।

ଆଇଏମସିଟିର କହିବା ମୁତାବକ, ଏପ୍ରିଲ୍ ୨୦ଠାରୁ ସେମାନେ କୋଲକାତାରେ ରହିଛନ୍ତି ଏବଂ ବିଭିନ୍ନ ସମସ୍ୟା ନେଇ ଚାରିଟି ଚିଠି ଲେଖିସାରିଥିଲେ ମଧ୍ୟ ସରକାର କୌଣସି ଉତ୍ତର ରଖିନାହାନ୍ତି। ଗୃହ ମନ୍ତ୍ରାଳୟର ନିର୍ଦେଶ ଅନୁଯାୟୀ, ରାଜ୍ୟ ସରକାର ‘ଆବାସ, ପରିବହନ, ପିପିଇ ଏବଂ ସ୍ଥାନୀୟ ଅଞ୍ଚଳ ଗସ୍ତ, ଅନୁରୋଧ ଅନୁଯାୟୀ ତଥ୍ୟ’ ପାଇଁ ସମସ୍ତ ସହଯୋଗ କରିବା ଦରକାର। କିନ୍ତୁ ଏ ପର୍ଯ୍ୟନ୍ତ ଆଇଏମସିଟି ଦଳର ସୁରକ୍ଷା ପାଇଁ ସରକାର କୌଣସି ବ୍ୟବସ୍ଥା କରି ନାହାନ୍ତି | କୌଣସି ବରିଷ୍ଠ ରାଜ୍ୟସ୍ତରୀୟ ଅଧିକାରୀ ମଧ୍ୟ ସେମାନଙ୍କ ସହ କଣ୍ଟେନ୍ଟମେଣ୍ଟ ଜୋନକୁ ଭ୍ରମଣରେ ଆସି ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। ତେବେ ପଶ୍ଚିମବଙ୍ଗ ସରକାର ଏପର୍ଯ୍ୟନ୍ତ ଚିଠିର ଉତ୍ତର ଦେଇନଥିବା ଜଣା ପଡିଛି ।

ସମ୍ବନ୍ଧିତ ଖବର